l l l l ନାମ l l l l
ଧର୍ମ ଅନୁସାରେ ମଣିଷ ରଚିଲା
ଭିନ୍ନ ଭିନ୍ନ ନାମ ଦେଇ
କିଏ କହେ ଯୀଶୁ କିଏ କହେ ଆଲ୍ଲା
କା ପାଇଁ କାଳିଆ ସାଇଁ
ଭକ୍ତଙ୍କ ଭକ୍ତିରେ ବନ୍ଧା ତ ଠାକୁର
ନାମରେତ କିଛି ନାହିଁ
ଧର୍ମ ଅନୁସାରେ…………..୧
କିଏ ପଢେ ଗୀତା କିଏ ବାଇବେଲ
କିଏ ସେ ପଢେ କୋରାନ
ଧର୍ମ ପାଇଁ ଏଠି ରକତ ଝରଇ
କାହା ପ୍ରଭୁ ବଳବାନ
ରୁପ ଅଟେ ଭିନ୍ନ ଗୋଟିଏ ସେ ପ୍ରଭୁ
ସଵୁରି ମାଲିକ ସେଇ
ଧର୍ମ ଅନୁସାରେ…………..୨
ଯିଏ ଯାହା ଡାକେ ସବୁତ ଶୁଣଇ
ନାହିଁ ତା’ର ଭେଦଭାବ
ଧର୍ମ ଜାତି ବର୍ଣ୍ଣ ସୃଷ୍ଟି ସେ କରିନି
ମଣିଷର ମନୋଭାବ
ସବୁରି ହୃଦୟେ ନିରବେ ବସିଛି
କେହିତ ଚିହ୍ନତି ନାହିଁ
ଧର୍ମ ଅନୁସାରେ ମଣିଷ ରଚିଲା
ଭିନ୍ନ ଭିନ୍ନ ନାମ ଦେଇ………..୩
ସତ୍ୟରଞ୍ଜନ ସ୍ୱାଇଁ
ଅବଦଲପୁର, ଯାଜପୁର