ସକାଳ ଜଣାଣ
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ସବୁ ଭାବାବେଗ ଆହେ ମହାଭାଗ
ଅଜାଡି ଦେଲି ଆଦରେ
ସାଦରେ ଘେନିବ କରୁଣା ଢାଳିବ
ଗୁହାରି ଏ ଅନ୍ତରରେ
ଦିନ ଟି ସୁନ୍ଦର କରି,
ପାଖେ ପାଖେ ଥିବ ଭକତ ବାନ୍ଧବ
ପୂର୍ଣ୍ଣତାକୁ ଦେବ ଭରି…୦
ଜଗତର ନାଥ କାହାକୁ ଅନାଥ
କେବେ ବି କରିବ ନାହି
ବିଷାଦ ହୃଦର ଘେନିବ ଠାକୁର
ଶୁଦ୍ଧ ଭାବନାକୁ ଦେଇ
ଦିବ୍ୟ ଜ୍ୟୋତି ଢାଳି ଦେବ,
ପ୍ରତ୍ୟେକ ପରାଣ ଆହେ ଆର୍ତ୍ତତ୍ରାଣ
ପ୍ରକାଶିତ ହୋଇଯିବ…୨
କଳୁଷ ଭାବନା କରେ ଆନମନା
ସେ ଭାବକୁ ଦୂର କରି
ତୁମର ସଂସାର ତୁମେ ଚକ୍ରଧର
ଆନନ୍ଦରେ ଦେବ ଭରି
ମାନବୀୟ ଯେତେ ଗୁଣ ,
ମାନବ ହୃଦରେ ତୁମେ ହେ ଆଦରେ
ଢାଳିବ କ୍ଷମା ଦେଇଣ….୩
ଫୁଲବାଣୀ, କନ୍ଧମାଳ