l l ଦୁଇ ଟୋପା ଲୁହ l l
କବିତା ସାହୁ
ମନ ଭିତର ଦୁଃଖ ଯନ୍ତ୍ରଣା
ସହି ନ ପାରଇ
ଦୁଇ ଟୋପା ଲୁହ ହୋଇ ଝରଇ
କାଳିଆ ପାଖରେ ବସିଲେ ଯାଇ
ସବୁଦୂର କରିବେ କ୍ଷଣିକେ ସେହି
୨- ସୁଖରେ ଦୁଃଖରେ ସାଥିସିଏ
ନିଜ ଆଖିର ଦୁଇ ଟୋପା ଲୁହ
ଅନ୍ତର ବେଦନା ଦୂର କରିଥାଏ
ମନ ଥାଏ ଶାନ୍ତ ହୋଇ ।
୩- ଦେଖିଦେଲେ ଥରେ କାଳିଆ ଠାକୁର
ଆଖିରେ ମିଶିଲେ ଆଖି
ଦୁଇ ଟୋପା ଲୁହ ଯାଏ ଗଡି ଆପେ
ଭୁଲିଯାଏ ସବୁ କିଛି।
୪- ଲୁହ ଏକା ମୋର ଅଟଇ ନିଜର
ସଦା ମୋ ସାଥିରେ ରହେ
ମନର କୋହକୁ ଚାପି ନ ପାରିଲେ
ଦୁଇ ଟୋପା ଗଡି ଯାଏ।
ଜୟପୁର