ନୂଆପଡା/, ଚାଷୀ ସୁବିଧାରେ ଧାନ ବିକ୍ରୟ କରିବା ପାଇଁ ନୂଆପଡ଼ା ଜିଲ୍ଲା ରେ ନଭେମ୍ବର ୩୦ ତାରିଖରୁ ମଣ୍ଡି ଖୋଲାଯାଇଛି । ନୂଆପଡ଼ା ଜିଲ୍ଲାରେ ୨୬ ଗୋଟି ପ୍ରାଥମିକ କୃଷି ସମବାୟ ସମିତିରୁ ୫୭ ଗୋଟି ଓ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ମାଧ୍ୟମରେ ୧୫ ଟି ମୋଟ ୭୨ଟି ମଣ୍ଡି ଖୋଲାଯାଇ ଖରିଫ ଧାନ କ୍ରୟ କରାଯାଉଛି । ହେଲେ ନୂଆପଡ଼ା ଜିଲ୍ଲାର କିଛି ମଣ୍ଡି ରେ ଚାଷୀଙ୍କ ଠାରୁ ମିଳର୍ସ ମାଲିକ ମାନେ ମୁନସୀ ମାନଙ୍କ ଦ୍ଵାରା ୪ ରୁ ୬ କିଲୋଗ୍ରାମ ଧାନ କଟନି ଛଟନି କରୁଥିବା ଅଭିଯୋଗ ହେଉଛି । ଏହି ଅଭିଯୋଗକୁ ଭିତ୍ତିକରି ଗୁରୁବାର ଦିନ ଚାଷୀ ନେତା ଯଦୁମଣି ପାଣିଗ୍ରାହୀ ବୋଡ଼େନ ମଣ୍ଡି ପରିଦର୍ଶନ କରିଥିଲେ । ଏହି ସମୟରେ ବୋଡ଼େନ ମଣ୍ଡି ରେ ଥିବା ଚାଷୀମାନେ ମିଳିତ ଭାବରେ ୪ ରୁ ୬ କେଜି ଧାନ ମିଲର୍ସ ମାଲିକ କଟନି ଛଟନି କରି ଚାଷୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ଉଠାଇଛନ୍ତି । ପୁଣି ମଣ୍ଡି ରୁ ଜଣେ ଚାଷୀଙ୍କ ଧାନ ଚୋରି କୁ ନେଇ ମଧ୍ୟ ଚାଷୀମାନେ ମତ ରଖିଥିଲେ । ଚାଷୀ ନେତା ଯଦୁମଣି ପାଣିଗ୍ରାହୀ ଚାଷୀ ମାନଙ୍କ ଅଭିଯୋଗକୁ ନେଇ ଚାଷୀଙ୍କ ହୀତ ଉଦ୍ଦେଶ୍ଵରେ RMCC ସମ୍ପାଦକ କୁ ବୋଡ଼େନ ମଣ୍ଡି ର ଚାରି ପଟେ CC କ୍ୟାମେରା ଖଞ୍ଜିବା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରିଥିବାବେଳେ ଯେଉଁ ଚାଷୀ ମାନଙ୍କର ୪ ରୁ ୬ କେଜି ପର୍ଯ୍ୟନ୍ତ ଧାନ କଟନି ଛଟନି କରାଯାଉଛି କେଉଁ ମୀଳର୍ସ ମାଲିକ ଓ ମୁନସୀ କରୁଛନ୍ତି ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରି RMCC ସମ୍ପାଦକ ଓ ଜିଲ୍ଲପାଳଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବା ସହ ସେମାନଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜଣାଇଛନ୍ତି । ଚାଷୀ ଝାଳବୁହା ପରିଶ୍ରମ କରି ତୁଣ୍ଡର ଝାଳ ମୁଣ୍ଡରେ ମାରି ଧାନ ଅମଳ କରୁଛି ହେଲେ ବିକ୍ରି ସମୟରେ ମିଳର୍ଶ ମାଲିକ ମାନେ ଚାଷୀଙ୍କ ଠାରୁ ୪ରୁ୬ କେଜି ଧାନ କଟନି ଛଟନି କରି ଚାଷୀଙ୍କୁ ଶୋଷଣ କରୁଥିବାରୁ ଚାଷୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚାଷୀଙ୍କ ହିତ ଉଦ୍ଦେଶ୍ୱରେ କଟନି ଛଟନି ବନ୍ଦ କରିବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି । ଯଦି ଏହା ନ ହୁଏ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଓ ଚାଷୀ ନେତା ଯଦୁମଣି ପାଣିଗ୍ରାହୀ ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ