କଙ୍କଡ଼ାହାଡ଼ – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଢୋଲପଶି ମା ତାରିଣୀ ଯୁଗ ଜ୍ୟୋତି କ୍ଲବ ତରଫରୁ ମିନି ଷ୍ଟାଡିୟମ୍ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ବି.ଜେ.ପି ନେତା ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ବାଟଗାଁ ସରପଞ୍ଚ ରୋଜୀନା ସ୍ୱାଇଁ, କଙ୍କଡ଼ାହାଡ଼ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାସବିହାରି ସାହୁ, ପୂର୍ବତନ ବିରିବୋଲେଇ ପଞ୍ଚାୟତ ସରପଞ୍ଚ ଜଗନ୍ନାଥ ଗଡ଼ନାୟକ, ବିରାସାଳ ସରପଞ୍ଚ ରୁକ୍ମଣୀ ସେଠୀ, କ୍ଲବ୍ ମ୍ୟାନେଜର ପଦ୍ମଲାଭ ସିଂହ ଓ ମା ତାରିଣୀ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଥିଲା। ଏହି ଷ୍ଟାଡିୟମ୍ ରେ ସାତ ଦିନ ଧରି ମ୍ୟାଚ୍ ଚାଲୁ ରହି ଥିଲା। ଏହି ମ୍ୟାଚ୍ ରେ ହାରାହାରି ଷୋହଳ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ।ସେଥି ମଧ୍ୟରୁ ମନୋଜ ଇଲେଭେନ୍ ଓ ଦିବ୍ୟ ଜ୍ୟୋତି କ୍ରିକେଟ କ୍ଲବ ପାଟଖଳି ଫାଇନାଲ ଗ୍ରାଉଣ୍ଡ କୁ ପହଁଚି ଥିଲେ। ଫାଇନାଲ ରାଉଣ୍ଡରେ ଦୁଇ ଟିମ୍ ମଧ୍ୟରେ ଅତି ଚିତା କର୍ଶକ ମ୍ୟାଚ୍ ମା ତାରିଣୀ ଯୋଗ ଜ୍ୟୋତି କ୍ରିକେଟ କ୍ଲବ ଢୋଲପଶି ମିନି ଷ୍ଟାଡିୟମରେ ଦେଖିବାକୁ ମିଳି ଥିଲା। ଏହି ଫାଇନାଲ ମ୍ୟାଚ୍ ରେ ମନୋଜ୍ ଇଲେଭେନ୍ ଚାମ୍ପିଅନ ଟ୍ରଫି ହାତେଇ ଥିବା ବେଳେ ଦିବ୍ୟଜ୍ୟୋତି କ୍ରିକେଟ କ୍ଲବ ପରାସ୍ତ ହୋଇ ରନର୍ସପ୍ ଟ୍ରଫି ପାଇବାର ଯୋଗ୍ୟ ବିବେଚିତ ହୋଇ ଥିଲେ ।ଏହି ଫାଇନାଲ ମ୍ୟାଚ୍ ରେ ଭାଇରାଲ ଆମ୍ପାୟର ବବୁଲ ସାହୁ ଅତି ସୁନ୍ଦର ଅମ୍ପାୟର କରି ଦର୍ଶକ ଙ୍କୁ ବେଶ୍ ଆକର୍ଷଣୀୟ କରି ଥିଲେ। ପଡିଆର ସ୍ଥିତି କିଛି ମାତ୍ରା ରେ ଦୁର୍ବଳ ଥିବାରୁ ଆଗାମୀ ଦିନରେ ପଡିଆର ସ୍ଥିତି ପରଖି ଆଗକୁ ଭଲ ଭାବରେ ପଡିଆ କୁ ତିଆରି କରାଯିବ ବୋଲି ବାଟଗାଁ ପଞ୍ଚାୟତ ସରପଞ୍ଚ ରୋଜିନା ସ୍ୱାଇଁ କହିଛନ୍ତି।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍