କୋକସରା,୧୬/୧୨- କୋକସରା ବ୍ଲକ ଲଡୁଗାଁ ହାଇସ୍କୁଲରେ ଗୁରୁବାର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବନପାଳ ଲକ୍ଷ୍ମଣ ଶବର, ମୂଖ୍ୟବକ୍ତା ଭାବେ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚର୍ଯ୍ୟ ପର୍ଶୁରାମ ଦୁର୍ଗା, ସମ୍ମାନିତ ଅତିଥି ଭାବେ ପୁର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ, ଯୁବ ସମାଜସେବୀ କମଳ ଚରଣ ଅଗ୍ରୱାଲ, ସମାଜସେବୀ ପଙ୍କଜ ମୁଖ ଚୌଧୁରୀ, କିଶୋର ଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ସ୍କୁଲ ପରିଚାଳନା ସଦସ୍ୟ ଦଶରଥ ଦୁର୍ଗା , ବିନୋଦ ବାଗ ଯୋଗଦେଇ ମଶାଲକୁ ସ୍ୱାଗତ କରିବା ସହ କ୍ରୀଡା ଉତ୍ସବରେ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। କ୍ରୀଡା ଉତ୍ସଵରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବର୍ଗର କ୍ରୀଡା ଅନୁଷ୍ଠିତ ହେବ। ଉତ୍ତୀର୍ଣ୍ଣ ଖେଳାଳିଙ୍କୁ ପରବର୍ତ୍ତୀ ସମୟରେ ବ୍ଲକ ଓ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସଵରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମକୁ ଶିକ୍ଷକ ବୁଦ୍ଧିରାମ ନାଏକ ପରିଚାଳନା କରିଥିବା ବେଳେ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।