ନୂଆପଡା ,/ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମ ଠାରେ ବୁଢ଼ାରଜା କ୍ରିକେଟ ଟୁର୍ଣାମେଣ୍ଟ ଆତସବାଜି ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ସିଙ୍ଗଝର ଗ୍ରାମର ଆରାଧ୍ୟ ଦେବତା ବୁଢ଼ାରଜା ଙ୍କ ମନ୍ଦିର ରୁ ରୀତି ନୀତି ଅନୁସାରେ ପୂଜା ପରେ ମଶାଲ ଶୋଭାଯାତ୍ରା ବାହାରି ଖେଲ ପଡ଼ିଆରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ଗ୍ରାମର ଜନସାଧାରଣ ମହିଳା,କ୍ରୀଡ଼ାପ୍ରେମୀ, ଉତ୍ସାହୀ ଯୁବକ ଘଣ୍ଟ ବାଦ୍ୟ ର ତାଳେ ତାଳେ ସାମିଲ ରହିଥିଲେ। ଏହି ଶୋଭାଯାତ୍ରାରେ ସିଙ୍ଗଝର ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା। ସମସ୍ତଙ୍କ ସହଯୋଗରେ ଚଳିତ ବର୍ଷ ସିଜନ୍ – ୫ ଆୟୋଜିତ ହେଉଥିବା ବେଳେ ଅଞ୍ଚଳର କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ମହାମିଲନ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ସର୍ବମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ଛତିଶଗଡ଼, ସମ୍ବଲପୁର, ରାୟଗଡ଼ା, ଝାରଖଣ୍ଡ, ରାଜସ୍ଥାନ,କଳାହାଣ୍ଡି, ମାଲକାନଗିରି, ରାଜୀମ, ନୂଆପଡ଼ା, ଖରିଆର ବସ୍ତର, ଜଗଦଲପୁର, ଟିଟିଲାଗଡ଼, ଦୁର୍ଗ, ଝାରସୁଗୁଡ଼ା, କୋଣ୍ଡାଗାଁଓ ସମେତ ରାଜ୍ୟ ଓ ରାଜ୍ୟ ବାହାର ର ଦଳ ଗୁଡିକ ଅଂଶ ଗ୍ରହଣ କରିଛନ୍ତି। ଏହି ଟୁର୍ଣାମେଣ୍ଟ ଆସନ୍ତା ୩ ତାରିଖ ୨୦୨୩ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହି ଟୁର୍ଣାମେଣ୍ଟ ର ଉଦଘାଟିତ ମ୍ୟାଚ ଛତିଶଗଡ଼ ରାଜ୍ୟ ର ମହାଦେବ ଇଲେଭନ୍ ଓ ରାୟଗଡ଼ା ଏମଏମଜୀ ଇଲେଭନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାୟଗଡ଼ା ଦଳ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୫ ଓଭର ରେ ୬ ୱିକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲା। ଏହାର ଜବାବ ରେ ମହାଦେବ ଇଲେଭନ(ଛ. ଗ) ଏକାଦଶ ୧୪ ଓଭର ସମସ୍ତ ୱିକେଟ ହରାଇ କେବଳ ୧୦୧ ରନ କରି ପରାଜୟ ବରଣ କରିଥିଲା । ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା କ୍ରିକେଟ ଆସୋସିଏସନ ର ସଭାପତି ସରୋଜ ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସିଙ୍ଗଝର ସରପଞ୍ଚ କହଁଲ ସିଂ ବାଗ, ଅଧ୍ୟାପକ ବ୍ରଜମୋହନ ଧାକଡ, ଆୟୋଜକ କମିଟି ର ସଭାପତି ଗୌରିଶଙ୍କର ମାଝି, ବରିଷ୍ଠ ଶିକ୍ଷାବିତ ବିରାଳସେନ ନାଗ, ଖିରସିନ୍ଧୁ ବୈଠାରୁ, କଲାବତୀ ମାଝି, ରମେଶ ଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ରହିଥିଲେ। ସେହିପରି କମିଟି ର ଉପସଭାପତି ପୁଷ୍ପକାନ୍ତ ନିଆଲ, ସଂପାଦକ ପ୍ରେମଚାନ୍ଦ ବୈଠାରୁ, କୋଷାଧ୍ୟକ୍ଷ କ୍ଷୀରୋଦ ବୈଠାରୁ, ସହ ସମ୍ପାଦକ ଅନନ୍ତରାମ ମାଝି, ସଞ୍ଜୟ ବୈଠାରୁ, ପ୍ରେମ ସିଂ ମାଝି ସମେତ ଅନେକ ଉପସ୍ଥିତ ରହିଥିଲେ। ଆଜିର ମ୍ୟାଚ ରେ ଅମ୍ପାୟାର ଭାବରେ ପିୟୋଜ ରଞ୍ଜନ କଶ୍ୟପ ଓ ବସନ୍ତ ଶବର ଖେଲ ପରିଚାଳନା କରିଥିବା ବେଳେ ପ୍ରକାଶ ଚନ୍ଦ୍ର ପାତ୍ର, ବିଜୟ କୁମାର ସେଠି ଓ ଧନଞ୍ଜୟ ମଲ୍ଲିକ ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋର ର ଭାବରେ ମକରଧ୍ଵଜ ବୈଠାରୁ ଓ ପ୍ରଦୀପ ନାଏକ ଦାୟିତ୍ଵ ତୁଲାଇଥିଲେ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ