କର୍ଲାମୁଣ୍ଡା : କର୍ଲାମୁଣ୍ଡା ଅଞ୍ଚଳରେ ସୋମବାର ଦିନ ଦି’ ପହରରେ ଟଙ୍କା ଲୁଟେରାଙ୍କ ଶିକାର ହୋଇଛନ୍ତି ଜଣେ ବ୍ୟାଙ୍କ୍ ଫେରନ୍ତା ଗ୍ରାହକ l ତାଙ୍କ ଠାରୁ ଦୁର୍ବୃତ୍ତ ମାନେ ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭଯୋଗ ହୋଇଛି l ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ ରିଷିଡା ଗ୍ରାମର ଗ୍ରାହକ ସେବା କେନ୍ଦ୍ର (ସିଏସପି) ପରିଚାଳକ ମାର୍କଣ୍ଡ ସାହୁ କର୍ଲାମୁଣ୍ଡା ଷ୍ଟେଟ ବ୍ୟାଙ୍କରୁ ଦେଢ଼ଲକ୍ଷ ଟଙ୍କା ଉଠାଣ କରି ନରେଶ ଦାସ ନାମକ ଜଣେ ଯୁବକ ସହ ସ୍କୁଟିରେ ଘରକୁ ଫେରୁଥିଲେ l କର୍ଲାମୁଣ୍ଡା-ରିଷିଡ଼ା ମୁଖ୍ୟ ରାସ୍ତାର ବ୍ରାହ୍ମଣୀମୁଣ୍ଡା ସ୍କୁଲ ନିକଟରେ ତିନି ଦୃର୍ବୃତ୍ତ ଏକ ବାଇକରେ ଆସି ଶ୍ରୀ ସାହୁଙ୍କ ଠାରୁ ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ l ଚିତ୍କାର କରିବାରୁ ଦୁର୍ବୃତ୍ତ ମାନେ ମାରିଦେବାକୁ ଧମକ ଦେଇ ଚମ୍ପଟ ମାରିଥିଲେ l ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଏ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)
previous post