ରୁପ୍ରା, ୧୭/୧୨ (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରୋହିତ ମାହାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଖେଳକୁଦ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ନର୍ଲା ଜୋନ୍ ନଂ ୧ ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ସମ୍ମାନିତ ଅତିଥିଭାବେ ରୁପ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ ଡଲି ବେହେରା, ଜୁନାଗଡ ବ୍ଲକର ଅବସରପ୍ରାପ୍ତ ବିଇଓ ବିଜୟ ସେନାପତି, ମାତୃପ୍ରେମୀ ତଥା ଅବସରପ୍ରାପ୍ତ ଶିକ୍ଷକ କୁମୁଦ ଚନ୍ଦ୍ର ସେନାପତି, ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ଉଗ୍ରସେନ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷାକେନ୍ଦ୍ରର ସମସ୍ତ ଭାଇଅପା ସହଯୋଗ କରିଥିଲେ।