ଜୁନାଗଡ଼,୧୭।୧୨(ମ ନି ସ)- ଜୁନାଗଡ଼ ସହର ସ୍ଥିତ ସାଇନିଂ କିଡ୍ସ ୱାର୍ଲଡ଼ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ପୂର୍ବତନ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ଵର ପୁଝାରୀ, ମୁଖ୍ୟ ବକ୍ତା ଭାବେ ଧର୍ମଗଡ଼ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଵଙ୍କିମ ଚନ୍ଦ୍ର ମୁଣ୍ଡ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ବେଦ ପ୍ରକାଶ ଗୋଏଲ, କୋକସରା ବ୍ଲକ ଶିକ୍ଷାଧିକାରୀ ନେପାଳ ଚନ୍ଦ୍ର ବାଗ, ବିଦ୍ୟାଳୟ ପରିଚାଳକ ଇଂ ପ୍ରବୀର କୁମାର ଗୋଏଲ,ପରିଚାଳିକା ସରିତା ଗୋଏଲ,ପୂର୍ବତନ ଜିଲା ବିଚାରପତି ରୋହିତ ପଣ୍ଡା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। । ପୂର୍ବରୁ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ହୋଇଥିବା ଛାତ୍ରୀଛାତ୍ରଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଭାବେ ହର୍ଷିଦ ଖେମକା ଓ କନିଷ୍ଠ ବିଭାଗରେ ୟୁକେଜିର ଛାତ୍ରୀ ଆୟୁଷି ପଣ୍ଡାଙ୍କୁ ,କନିଷ୍ଠ ବିଭାଗ ରେ ନର୍ସରୀ ର ସମୟାନୁବର୍ତ୍ତିତା ଛାତ୍ର ଭାବେ ସମରବୀର ସିଂହଦେଓ ଙ୍କୁ ପୁରସ୍କୃତ କରାଯାଇଥିଲା ବିଦ୍ୟାଳୟର ଉପାଧ୍ୟକ୍ଷ ସୁଶାନ୍ତ ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ। ସେହିପରି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଗୀତା ନାଏକ,ସ୍ନେହା ପାଢ଼ୀ,ମନୀଷା ପାତ୍ର, ଶିକ୍ଷକ ଖିରୋଦ ଚନ୍ଦ୍ର ବାଗ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ପରିଚାଳିକା ସରିତା ଗୋଏଲ ଧନ୍ୟବାଦ ଦେଇଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ଵରା ରଙ୍ଗାରଙ୍ଗ ସଂ।ସ୍କୃତକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଯାହାକି ବେଶ ଚିତା କର୍ଷକ ହୋଇଥିଲା।
previous post
next post