ଡାବୁଗାଁ, ୧୭/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି | ଆଗାମୀ ୨୦୨୩ ମସିହାରେ ଓଡିଶାରେ ହକି ବିଶ୍ଵ କପ ଖେଳ ଆୟୋଜନ ହେଉଥିବାରୁ ରାଜ୍ୟର ପ୍ରତି ଗ୍ରାମାଞ୍ଚଳରେ ବିଦ୍ୟାଳୟ ସ୍ତରରେ ଖେଳର ମହୋଲ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଦ୍ୟାଳୟରେ ବିଭିନ୍ନ କ୍ରିଡା ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି | ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ୧୦୦ ମି. ୨୦୦ ମି. ଓ ୪୦୦ ମି. ଦୌଡ, କବାଡି, ଖୋଖୋ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗଣିତ ଦୌଡ, ଭଲିବଲ, ସଟଫୁଟ, ଡ଼ିସକସ, ମ୍ୟୁଜିକ ଚେୟାର, ଫୁଟବଲ, ଟେବୁଲ ଟେନିସ ଆଦି ପ୍ରତିଯୋଗୀତା କରାଯାଇଛି | ଏଥିରେ ଉଭୟ ଅତିକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ବାଳିକା ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ଶ୍ରେଷ୍ଠ ଖେଳାଳି ଭାବେ ଅତିକନିଷ୍ଠ ସସ୍ମିତା ଧୁରୁଆ, କନିଷ୍ଠ ମନାସି ଭତ୍ରା ବରିଷ୍ଠ ବିଭାଗରେ ରଶ୍ମିତା ଭତ୍ରା ଯୋଗ୍ୟ ବିବେଚିତ ହୋଇଛନ୍ତି | ଏଥିରେ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଙ୍କ ସମେତ ଶିକ୍ଷୟତ୍ରୀ କିରଣମାଳା ତିର୍କୀ, ଆରତୀ ବିଶୋଈ, ବିନୀତା ଠାକୁର, କେ. ଦମୟନ୍ତୀ ଦୋରା, ଇତଶ୍ରୀ ପ୍ରଧାନ, ରଶ୍ମୀରଞ୍ଜିତା ନାୟକ, ସୁଦେସ୍ନା ଜତି, କଲ୍ପନା ଉଥାନସିଂ, ଶିକ୍ଷକ ମହେଶ୍ଵର ନାଥ, ସନାତନ ଭୋଇ, ସୋମ୍ୟରଞ୍ଜନ ନାୟକ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ | ଏଥିରେ କ୍ରିଡା ଶିକ୍ଷୟତ୍ରୀ ରଶ୍ମିରାଣୀ ପଣ୍ଡା ଖେଳ ପରିଚାଳନା କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ