ଧର୍ମଗଡ:୧୮/୧୨/୨୨: ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ମହାସଂଘ ର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ରେ କାର୍ଯ୍ୟରତ ଏକ୍ସ କ୍ୟାଡ଼ର ଶିକ୍ଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ର ସମାଧାନପାଇଁ ରାଜଧାନୀ ଭୁବନେଶ୍ଵର ଠାରେ ଆସନ୍ତା ୨୭ ତାରିଖ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆ ଯିବ । ଏହା କୁ ନେଇ ଆଜି ଧର୍ମଗଡ ବ୍ଲକ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ତରାପୁର ଠାରେ ଧର୍ମଗଡ ବ୍ଲକ (ଏକ୍ସକ୍ୟାଡ଼ର) ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଲଳିତ ନାଏକଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା, ସଂଗଠନ ସମ୍ପାଦକ କୈଳାଶ ଚନ୍ଦ୍ର ବିଶି, କୋକସରା ବ୍ଲକ ସଭାପତି ଗଗନ ବିହାରୀ ପଟନାୟକ, ସମ୍ପାଦକ ନିଲୁ ଅଗସ୍ତି, ଜୟ ପାଟଣା ବ୍ଲକ ସମ୍ପାଦକ ଫକିର ନାଏକ, ଭଗବାନ ପୁଝାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ । ଏକ୍ସ କ୍ୟାଡ଼ର ବ୍ୟବସ୍ଥା ଉଚ୍ଛେଦ, ସମସ୍ତ ଗଣ ଶିକ୍ଷକ ଙ୍କୁ ନିୟମିତ ଶିକ୍ଷକ ଭାବେ ମାନ୍ୟତା ପ୍ରଦାନ, ୨୦୨୦ ମାର୍ଚ୍ଚ ମାସ ରୁ ବନ୍ଦ ଥିବା ଇନ୍କ୍ରୀମେଣ୍ଟ ପ୍ରଦାନ, ଟ୍ରେଜେରି ମାଧ୍ୟମ ରେ ଦରମା ପ୍ରଦାନ, ସିଆର୍ ସିସି ଚୟନ ରେ ଏକ୍ସ କ୍ୟାଡ଼ର ଶିକ୍ଷକ ଙ୍କୁ ସାମିଲ, ବକୟା ଥିବା ସମସ୍ତ ଏରିଅର ପ୍ରଦାନ ପ୍ରଭୃତି ଦାବୀ ଉପରେ ଏଠାରେ ଆଲୋଚନା କରାଯାଇ ଥିଲା । ଆସନ୍ତା ୨୭ ତାରିଖ ରେ ରାଜଧାନୀ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଂଘ ପକ୍ଷରୁ ହେବାକୁ ଥିବା ଧାରଣ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇ ଥିଲା । ବ୍ଲକ ରେ କାର୍ଯ୍ୟ ରତ ଏକ୍ସକ୍ୟାଡ଼ର ଶିକ୍ଷକ ମାନେ ଏଠାରେ ଉପସ୍ଥିତ ଥିଲେ ।