କାମାକ୍ଷାନଗର (ମସିହା )18/12/ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଁଳୋ ଉଚ୍ଚ ବିଦ୍ୟାଳୟ ରେ ଆଜି ଯୁଆଙ୍ଗ ଜନଜାତି ଙ୍କ ନିମନ୍ତେ ଏକ ବିଶାଳ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଯୁଆଙ୍ଗ ଜନଜାତି ଙ୍କ ପାଇଁ ଏକ କାର୍ଯାଳୟ ଉଦଘାଟିତ ହୋଇଥିଲା l ଢେଙ୍କାନାଳ ଜିଲ୍ଲା ରେ ପ୍ରାୟ ଏଗାର ହଜାର ଯୁଆଙ୍ଗ ଅଧିବାସୀ ମାନେ ୭ ବ୍ଲକ ୫୨ ଟି ଗ୍ରାମପଂଚାୟତ ଗୋଟିଏ ସହରାଞ୍ଚଳ ଓ ପ୍ରାୟ ୧୧୨ ଟି ଗ୍ରାମରେ ବସବାସ କରୁଛନ୍ତି ସେମାନେ ମୁଖ୍ୟତଃ ଅପହଞ୍ଚ ଇଲାକା ଓ ପର୍ବତ ଘେରାଉ ଅଂଚଳ ରେ ବସବାସ କରନ୍ତି l ସେଥିପାଇଁ ଯୁଆଙ୍ଗ ଜନଜାତି ଙ୍କ ଉର୍ନ୍ନତି ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପଶୁପାଳନ, ମିଶନ ଶକ୍ତି, ଗ୍ରାମୀଣ ଆବାସ ଦକ୍ଷତା ବିକାଶ,ମୃତ୍ତିକl ସଂରକ୍ଷଣ, କଳା କାରିଗରୀ ଏବଂ ଜିବିକା କ୍ଷେତ୍ରରେ କିପରି ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ଓ ସେମାନଙ୍କୁ କିପରି ଏସବୁ ଯୋଜନା ମାଧ୍ୟମରେ ମୁଖ୍ୟ ସ୍ରୋତ ରେ ସାମିଲ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଏହି ଶିବିର ଆୟୋଜନ କରାଯାଇଥିଲା l ଏହା ବ୍ୟତୀତ ସମାନଙ୍କୁ ସାମାଜିକ କୁସଂସ୍କାର ଯଥା ଗୁଣି ଗାରେଡି, ବାଲ୍ୟ ବିବାହ, ନିଶା ନିବାରଣ, ଶିଶୁ ଶ୍ରମିକ ଆଦି ପ୍ରଥା ରୁ ନିବୃତ ରହିବା ନିମନ୍ତେ ଜାଗ୍ରତ କରାଯାଇଥିଲା l ସେମାନଙ୍କ ମଧ୍ୟରେ ସଂlସ୍କୃତିକ ଏବଂ କ୍ରୀଡା ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡା ର ଆୟୋଜନ କରାଯାଇଥିଲା l ଜିଲ୍ଲାପାଳ ସରୋଜ କୁମାର ସେଠି ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସନ୍ନମାନିୟ ଅତିଥି ଭାବେ କଙ୍କଡ଼ାହାଡ଼ ବ୍ଲକ ଅଧକ୍ଷା ଚାରୁଲତା ମିଶ୍ର, ଢେଙ୍କାନାଳ ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, କାମାକ୍ଷାନଗର ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ