କାମାକ୍ଷାନଗର (ମ ନି ସ)19/12/ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟାମିନ୍ଦିରରେ ୨୬ ତମ ବାର୍ଷିକ ଉତ୍ସବ ଗତକାଲି ପାଳିତ ହୋଇଯାଇଛି। କରୋନା ଯୋଗୁଁ ବିଗତ ଦୁଇବର୍ଷ ହେବ ଉତ୍ସବ ପାଳନ ହୋଇପାରିନଥିଲା। ଚଳିତବର୍ଷ କରୋନା କଟକଣା ହଟିଯିବା ଏବଂ ପରିସ୍ଥିତି ସ୍ବଭାବିକ ଥିବାରୁ ସ୍କୁଲ ତରଫରୁ ବଡ ଧୁମଧାମରେ ପାଳିତ କରୁଛନ୍ତି। ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତବିଭାଗର ମନ୍ତ୍ରୀ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ଭିବେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷ,ପୁର୍ବକ୍ଷେତ୍ର ଶିକ୍ଷାବିକାଶ ସମିତି ସଭାପତି, ସ୍କୁଲ ପରିଚାଳନି କମିଟୀର ସଭାପତି ଓ ସମ୍ପାଦକ ଓ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ସମେତ ଯୋଗଦେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଏବଂ ପରିଶେଷରେ ବିଦ୍ୟାଳୟର କୁନିକୁନି ଛାତ୍ର ଛଛାତ୍ରୀଙ୍କ ଦ୍ବାରା ସଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ବେଶ ଉପଭୋଗ କରିଥିଲେ। ଏହି ଭଳିଭାବେ ବାର୍ଷିକ ଉତ୍ସବ ବଡ ଧୁମଧାମରେ ପାଳନ କରିଥିଲେ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ