ଜୁନାଗଡ଼,୨୦/୧୨ (ମ ନି ସ) କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଘାଟିତ ହୋଇ ଯାଇଛି l ଏହି କ୍ରୀଡା ଉତ୍ସବ ର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁରାତନ ଛାତ୍ର ସାଂସଦ ତଥା ମୋ ସ୍କୁଲ ଅଭିଯାନ ର ସଭାପତି ସନ୍ତୋଷ କୁମାର ସିଂହଦେଓ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରୁପାକ୍ଷ ନାଏକ, ଜୁନାଗଡ଼ ଏନ. ଏ. ସି ୱାର୍ଡ ନଂ ୪ ର ୱାର୍ଡ ସଭ୍ୟା ହିମାଦ୍ରୀ ସିନ୍ଦୁର ପ୍ରମୁଖ ଯୋଗଦାନ କରିଥିଲେ l ସଭାରେ ସଭାପତିତ୍ୱ କରିଥିଲେ ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନେପାଳ ଚନ୍ଦ୍ର ବାଗ l ଏହି କ୍ରୀଡା ପ୍ରତିଯୋଗିତା ରେ ପ୍ରଥମ ରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ l ଏହି କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ସୁଧୀର ବେହେରା, ମଳୟ ମୁଣ୍ଡ, ସୁଧାଂଶୁ ପଣ୍ଡା, ବିଭୁ ପ୍ରସାଦ ପଣ୍ଡା, ଖେଳ ଶିକ୍ଷକ ନିର୍ମଳ ଦଣ୍ଡସେନା l ଏହି ଅବସରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l