ତେନ୍ତୁଳିଖୁଣ୍ଟି- ୧୯/୧୨/୨୨ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ଗ୍ରାମ ପଞ୍ଚାୟତର ସମସ୍ତ ୧୫ ଗୋଟି ଅଙ୍ଗନବାଡି କର୍ମୀଙ୍କ ସହ ଅଲ ଓଡିଶା ଅଙ୍ଗନବାଡ଼ିଲେଡିସ ୱାର୍କର ଆସୋ ସିଏସନ ଦ୍ଵାରା ଦୀର୍ଘ ୨୭ ଦିନ ହେବ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଆଜି ସମସ୍ତ ସହାୟିକା ମାନେ ସରପଞ୍ଚ ସଦା ସାନ୍ତାଙ୍କୁ ଆଠ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି।ସେମାନଙ୍କ ମୁଖ୍ୟ ଦାବି ହେଲା ପ୍ରଶାସନ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ୱାର୍ଡ ମେମ୍ବର,ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଛତୁଆ ବଣ୍ଟନ କରାଯିବା ପାଇଁ ଯେଉଁ ଦାୟିତ୍ବ ଦେଇଛି ତାହା ନ କରିବାକୁ ଦାବି ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।ସରପଞ୍ଚ ସଦା ସାନ୍ତା ଏହି ଦାବିକୁ ଉଚିତ ଅଧିକାରୀଙ୍କୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଆଜିର ଏହି ଦାବି ପ୍ରଦାନ ସମୟରେ ଜି.ସେଲିନା କୁମାରୀ,କମଳା ମାଝୀ,ଲଷ୍ମୀ ଯାନୀ,ମାଳତୀ ସାନ୍ତା,ତିଳ ସାନ୍ତା,ରୋମଣି ଖରା,ବୈଦି ହରିଜନ,ହୀରାମଣି ଦାଶ,ମୋତି ହରିଜନ ଓ ସମସ୍ତ ସହାୟିକା ଉପସ୍ଥିତ ଥିଲେ ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି