ଥୁଆମୂଳ ରାମପୁର:୨୨/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅର୍ନ୍ତଗତ ଥୁଆମୂଳ ଗ୍ରାମପଞ୍ଚାୟତ ସ୍ଥିତ ଆବାସିକ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିରରେ ଗତ ତା – ୨୦/୧୨/୨୦୨୨ ଠାରୁ ୨୧/୧୨/୨୦୨୨ ରିଖ ପର୍ଯ୍ୟନ୍ତ ୨ ଦିନ ଧରି ୨୬ ତମ ବାର୍ଷିକ କ୍ରୀଡା ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଯୁବ ସଂଗ୍ରାମୀ ସ୍ଥାନୀୟ ଥୁଆମୂଳ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଶ୍ରୀ ବଳଭଦ୍ର ଜାନୀ, ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟର ଉପ ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ ଚୌଧୁରୀ, ସମ୍ମାନୀତ ଅତିଥି ଶ୍ରୀମତୀ ମୋନାଲିସା ଚୌଧୁରୀ ଯୋଗଦାନ କରି ମାର୍ଗଦର୍ଶନ କରିଥିବାବେଳେ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ନାଏକ ଅତିଥି ପରିଚୟ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଧଙ୍ଗଡା ମାଝୀ ଏବଂ କ୍ରୀଡା ପ୍ରମୁଖ ଶ୍ରୀ ଗିରିଧାରୀ ଭାଇଙ୍କ ନେତୃତ୍ଵରେ ସମସ୍ତ ଗୁରୁଜୀଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ସୁରୁଖୁରୁ ଭାବରେ ଆୟୋଜନ ହୋଇଥିଲା | ମୋଟରେ ୨୭ ଟି ବିଭାଗରେ ୧୨୬ ଜଣ ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ। ବିଜେତା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଶ୍ରୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସାଙ୍ଗ୍ କରିଥିଲେ।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ