ତେନ୍ତୁଳିଖୁଣ୍ଟି 24/12/22 ନବରଙ୍ଗପୁର ଜିଲ୍ଲା ରେ ଆଜି ପ୍ରଭୁ ଯୀଶୁ ଙ୍କ ଧରାବତରଣ ପାଇଁ ସଜାଇ ହୋଇଛି ଚର୍ଚ୍ଚ। ଜିଲ୍ଲା ରେ ଯୀଶୁ ଙ୍କ ଜନ୍ମଦିନ କୁ ନେଇ ଜିଲ୍ଲାର ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଭାଇ ଭଉଣୀ ମାନେ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭଳିକି ଭଳି ଖ୍ରୀଷ୍ଟ ମାସ ଟ୍ରି ଗାଇ ଖାଉଥିବା ଡଙ୍ଗା ରେ ଶିଶୁ ଯୀଶୁ ଙ୍କ ଜନ୍ମ ମହକ ଭଳିକି ଭଳି ରଙ୍ଗୀନ ମାଳ। ରେ ଚର୍ଚ୍ଚ ର ମହୋଲ ଦେଖିଲେ ନିଜର ମନ ଶାନ୍ତି ରେ ନାଚୁଛି।। ତୁହା କୁ ତୁହା ଯୀଶୁ ଜନ୍ମ ସଙ୍ଗୀତ ପରିବେଷଣ ଚାଲିଛି। ଯୀଶୁ ଜନ୍ମ ବୃତ୍ତାନ୍ତ କୁ ନେଇ କୁନି କୁନି ପିଲା ନିଜ ନିଜର ମୁଖସ୍ତ ରେ ଲାଗିପଡି ଛନ୍ତି। ପାଳକ ମାନେ ନିଜ ଗ୍ରାମ ଛାଡ଼ି ନିଜ ସେବାକରୁଥିବା ଗ୍ରାମ ରେ ଯାଇ ଯୀଶୁ ଙ୍କ ବାକ୍ୟ ପରିବେଷଣ କରିବାକୁ ବାଇବେଲ ପାଠ କରୁଛନ୍ତି। ଚର୍ଚ୍ଚ ର ସୂଚନା ଅନୁସାରେ ରାତି ପ୍ରାୟ୧୦ଘଣ୍ଟା ପରେ ଚର୍ଚ୍ଚ ରେ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହେବ।। ଶିଶୁ ଯୀଶୁ ଜନ୍ମ ନେବା ପରେ ଚର୍ଚ୍ଚ ରେ କେକ୍ କାଟି ଜନ୍ମ ଦିନ ଶୁଭେଛା ବାର୍ତ୍ତା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିବେ।ପରେ ସଙ୍ଗୀତ ଗାନ କରି ନୃତ୍ୟ ର ତାଳେ ତାଳେ ନାଚି ପିଠ। ମିଠାା ଖାଇ ମନକୁ ଶାନ୍ତି କରିଥାନ୍ତି। ସମସ୍ତ ଙ୍କ ସୁରକ୍ଷା ରେ ପର୍ବ ପାଳନ କରିବାକୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ମଧ୍ୟ ଚର୍ଚ୍ଚ କୁ ଗସ୍ତ କରି ଫେରୁଥିବା ଖବର ମିଳିଛି। ଆଜି ସକାଳେ ଜିଲ୍ଲାର ସମସ୍ତ ଚର୍ଚ୍ଚ ରେ ସାଂସଦ ବିଧାୟକ ବ୍ଲକ୍ ଅଧ୍ୟକ୍ଷ ଅଧ୍ୟକ୍ଷା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ଗ୍ରାମ ଗୁଡ଼ିକୁ ଗସ୍ତ କରି ଯୀଶୁ ଙ୍କ ଜନ୍ମ ବା ବଡ଼ ଦିନର ଶୁଭେଚ୍ଛା ଓ ଶୁଭ ଅଭିନ୍ଦନ୍ ଜଣାଇବେ ବୋଲି ସୂଚନା ମିଳିଛି। ଅନ୍ୟ ପକ୍ଷରେ କଂଗ୍ରେସ ଦଳ ର ତୁଙ୍ଗ ନେତାମାନେ ମଧ୍ୟ ବିଭିନ୍ନ ଗ୍ରାମ ଗସ୍ତ କରି ଶୁଭେଛା ବାର୍ତ୍ତା ଦେବେ ବୋଲି ଦଳୀୟ ଜିଲ୍ଲା ସଂଖ୍ୟାଲଘୁ ସଭାପତି ରମେଶ ପାତ୍ର ବାଘ ସୂଚନା ଦେଇଛନ୍ତି।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି