ଜୁନାଗଡ଼,୨୬/୧୨(ମ ନି ସ) ବିଜେଡି ଶାସନରେ ଅପରାଧିକାରଣ ପ୍ରତିବାଦରେ ଜୁନାଗଡ଼ ବିଜେପି ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଥିଲା ।ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ନଗର ସଭାପତି କାଳୀନ୍ଦ୍ରୀ ପାଣିଗ୍ରାହୀ ପରିଚାଳନା କରିଥିଲେ। ଓଡ଼ିଶାରେ ବିଜେଡି ରାଜନୀତିର ଅପରାଧୀକରଣ ବୃଦ୍ଧି ପାଇଛି ଏଣୁ ଏହାର ପ୍ରତିବାଦରେ ଆଜି ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରୁଛି। ଏଥିରେ ଉପସ୍ଥିତ ନେତୃ ବୃନ୍ଦ ବିଜେଡିକୁ କଡା ସମାଲୋଚନା କରିବା ସହ ୨୩ ବର୍ଷର ବିଜେଡି ସରକାର ଉପରେ ଜୋରଦାର ବର୍ଷିଥିଲେ। ଆଜି ବିଜେଡି ସରକାର ୨୩ ବର୍ଷ ଶାସନ କାଳରେ ବିଜେଡି ନେତାଙ୍କ ଅପରାଧର ଚରାଭୁଇଁ ପାଲଟିଛି ଓଡିଶା । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ହ୍ୟାକ କରି ଜନସାଧାରଣଙ୍କୁ ଭୁଆଁ ବୁଲାଉଥିବା ବେଳେ ଓଡିଶା ରେ ନାରୀ ନିର୍ଯ୍ୟାତନା ସହ ,ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇଛି।ଏଥିନେଇ ବିଜେପି ଏହାର ଦୃଢ ପ୍ରତିବାଦ କରୁଛି ବୋଲି ଉପସ୍ଥିତ କର୍ମକର୍ତା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏଥିରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର, କଞ୍ଚାନ ବାଗ, ଟଂକଧାର ନାଏକ, ଲକ୍ଷ୍ମୀ ବାଣୁଆ, ସତ୍ୟ ପଣ୍ଡା,ଟୁନି ବାଗ,ଭବାନୀ ଠାକୁର ମନୋଜ ଧଙ୍ଗଡାମାଝୀ ,ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।
next post