ମହିଳା ସଶକ୍ତିକରଣ କ୍ଷେତ୍ରରେ ଆତ୍ମସୁରକ୍ଷା ତାଲିମର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ମହିଳାମାନେ ନିଜର ସୁରକ୍ଷା ନିଜେ କରିବା ପାଇଁ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୌଜନ୍ୟରେ ଆୟୋଜିତ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଧର୍ମଗଡ ବ୍ଲକ ଅନ୍ତର୍ଗତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବେହେରା ଠାରେ ଉଦଘାଟିତ ହୋଇଯାଇଛି।ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଶିବିରରେ ବକ୍ତା ଭାବେ ଅଧ୍ୟାପକ ରଂଜନ କୁମାର ପଣ୍ଡା,ଅଧ୍ୟାପକ ନିକୁଞ୍ଜ ବିହାରୀ ସାହୁ,ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ, ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷିକା ମାଲତୀ ପଟେଲ ମଞ୍ଚାସୀନ ଥିଲେ।ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅଧ୍ୟାପକ ମୋହନ ଚରଣ ବିଷି ଧନ୍ୟବାଦ ଅର୍ପଣ କରିଥିଲେ ଓ ଫକିର ଚଣ୍ଡି, ଅଶୋକ ଚଣ୍ଡି ଓ ସାନୁର୍ଯ୍ୟ ଗୋପାଳ ସହଯୋଗ କରିଥିଲେ।ଏହି ଶିବିରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୪ଜଣ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରିବେ।
previous post