ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଦାମୀବାଈ ଉଚ୍ଚ ପ୍ରାଥମିକ ସ୍କୁଲର ଦୁଇଦିନିଆ ୭୦ ତମ ବାର୍ଷିକ ଉତ୍ସବ

 ମୟୂରଭଞ୍ଜ – (ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ଗ୍ରାମର‌ବହୁ ପୁରାତନ ଉଚ୍ଚ ପ୍ରାଥମିକ ବାଦାମବାଈ ସ୍କୁଲର ଦୁଇ ଦୀବସୀୟ ୭୦ ତମ ବାର୍ଷିକୋତ୍ସବ ‘ସାଂସ୍କୃତିକା’ ମହାସମାରୋହରେ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ୧୯୫୩ମସିହାରେ ଉକ୍ତ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବାବେଳେ ୧୯୭୫ ମସିହାରେ ସ୍ୱର୍ଗୀୟ ସତ୍ୟନାରାୟଣ ଅଗ୍ରୱାଲଙ୍କ ମାତା ବଦମିବାଇଙ୍କ ନାମରେ ନାମିତ ହୋଇଥିଲା ।

      ଏହି ବାର୍ଷିକୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାଵେ ସ୍ଥାନୀୟ ବିଧାୟକ ନବଚରଣ ମାଝୀ ,ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କରୂଆ,ସମ୍ମାନିତ ଅତିଥିଙ୍କ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ସ୍କୁଲ ପରିଚାଳନା କମିଟିର ସଭାପତି ମନୋଜ ମହାନ୍ତ, ରାଇରଙ୍ଗପୁର ପୌର ପରିଷଦ ଆଲୋକ ରଂଜନ ମହାନ୍ତ,ପୌର ପାରିଷଦ ଦେବାଶିଷ ନାଏକ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ସ୍ଵାଗତ ଅଭିଭାଷଣ ରଖିଥିଲେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୁରଥ କୁମାର ପଟ୍ଟନାୟକ ।ମଞ୍ଚ ପରିଚାଳନା କରିଥିଲେ ମୀନାକ୍ଷୀ ଶତପଥୀ ଏବଂ  ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ସଦୁ୍ୟାଲ୍,ସବିତା ସିଂହ,ଅର୍ପିତା ମହାନ୍ତି, ସୁପ୍ରିତି ଦାସ,ଉର୍ମିଳା ପାଣି,ଅନୁପ ମହାନ୍ତି,ଭାଗିରଥି ମହାନ୍ତ,ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀକୁମାର କବି ଏବଂ ପ୍ରଧାନ ଶିକ୍ଷକ ତିମିର ରଂଜନ ପଣ୍ଡା ।

      ଦ୍ଵିତୀୟ ସନ୍ଧ୍ୟାରେ ପୁରାତନ ଛାତ୍ର ସଂସଦର ସଭାପତି କ୍ରିଷ୍ଣା ମହନ୍ତଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ସର୍ବ ଶିକ୍ଷା ଅଭିଯାନର ଅନୁସୂଚିତ ଜାତି,ଜଣ ଜାତି ତଥା ସଂଖ୍ୟା ଲଘୁ  ସଂଯୋଜକ ସପନ କୁମାର ପୃଷ୍ଟି,ମୁଖ୍ୟ ବକ୍ତା ରୂପେ ଗୋରୁ ମହିଷାଣୀ ଲୌହଖଣି ମେନେଜର ଇଂ ବିକାଶ ରଂଜନ ନାୟକ ଓ ସମ୍ମାନିତ ଅତିଥି ରୂପେ ସାମ୍ବାଦିକ ସୌରଭ ପଟ୍ଟନାୟକ, ତୁଷାର କାନ୍ତ ମହାନ୍ତ,ସୋରଜ୍ ଅଗ୍ରୱାଲ, ପାରିଷଦ ଆଲୋକ ରଂଜନ ମହାନ୍ତ,ସ୍କୁଲ ପରିଚାଳନା କମିଟିର ସଭାପତି ମନୋଜ ମହାନ୍ତ ପ୍ରମୁଖ ଯୋଗ ଦାନ କରିଥିଲେ । ଅତିଥି ଗଣକହିଥିଲେ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାନୁଷ୍ଠାନର ପରିବେଶ ହିଁ ଭଲ ମଣିଷ ଗଠନରେ ସାହାଯ୍ୟ କରେ । ସମସ୍ତେ ପରିଶ୍ରମ କଲେ ଏକ ଛାତ୍ର ଶୀର୍ଷରେ ପହଞ୍ଚି ଥାଏ । ସମାଜରେ ପ୍ରଗତି ରଥରେ ଶିକ୍ଷାର ଭୂମିକା ଅବର୍ଣ୍ଣନୀୟ । ଯେଉଁ ଅଂଚଳ ଯେତେ ଶିକ୍ଷିତ ସେହି ଅଂଚଳ ସେତେ ବିକଶିତ ।

ଏହି ଅବସରରେ ବିଦ୍ୟାଳୟର ସ୍ମରଣିକା ‘ରଘୁନାଥ ‘ଉନ୍ମଚିତ ହୋଇଥିଲା। ଏତତ୍ ବ୍ୟତୀତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୧୧୫ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

    ଏହି ଅବସରରେ ଏହି ବିଦ୍ୟାଳୟର ରାଜ୍ୟସ୍ତରରେ କୃତିତ୍ୱ ହାସଲ କରିଥିବା ପୂର୍ବତନ ବିଦ୍ୟାର୍ଥୀ ମୟୁରୀ ପଟ୍ଟନାୟକ, ଭଗ୍ୟସ୍ରୀ ମହାନ୍ତ,ସୁହନି ଗିରି,ଲକ୍ଷ୍ମୀ ମହାନ୍ତ,ସତ୍ୟ ନାରାୟଣ ନାୟକ,ନୃତ୍ୟ ଗୁରୁ ସୁନିଲ,ମନୋଜ,ଦେବେନ୍ଦ୍ର,ଜିତୁ ପ୍ରଭୂତି ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ଏହା ବ୍ୟତୀତ ଏହି ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ୮ ଜଣ ଶିକ୍ଷକ ତଥା ବାରିପଦାର ଶିକ୍ଷକ ହରେନ୍ଦ୍ର ମହାନ୍ତ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । ଦୁଇ ଦିନର ସାଂସ୍କୃତିକ ବିଚିତ୍ରା ଏ ଅଞ୍ଚଳର ହଜାର,ହଜାର ଜନତା ଉପଭୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଲେଶ୍ବର – ବୃକ୍ଷରେପଣ କଲେ ସମାଜସେବୀ

କବିତା

masiha

ବେଣୁଧର ସୂତାର ଙ୍କ କବିତା ସ୍ବପ୍ନ ଗୋ ତୁମେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort