ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ପ୍ରତାପ ପଣ୍ଡାଙ୍କ ଭାବ ନୈବେଦ୍ୟ ପୁସ୍ତକ ଲୋକାର୍ପଣ ଉତ୍ସବ

ରାଉରକେଲା/(  କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ)    କବି ପ୍ରତାପ କୁମାର ପଣ୍ଡା ଙ୍କ “ଭାବ ନୈବେଦ୍ୟ ” ପୁସ୍ତକର ଲୋକାର୍ପଣ ଉତ୍ସବ ପ୍ରଗତି ଉତ୍କଳ ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଆ ଭାଷା ବିକାଶ ମଞ୍ଚ ର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରମିକ ନେତା ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଓ କବି ତ୍ରିନାଥ ସିଂ ସମୀକ୍ଷକ ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା ଓଡିଆ ଭାଷା ସାହିତ୍ୟର କ୍ରମବିକାଶ ଧାରାରେ ଓଡିଆ ଭାଷା କିପରି ବିଶ୍ବର ସର୍ବଶ୍ରେଷ୍ଠ ଭାଷା ରୂପେ ନିଜର ଗରିମାକୁ ପ୍ରତିଷ୍ଠିତ କରିପାରିବ,ସେଥିପାଇଁ ସକଳ ସ୍ତରରେ ପ୍ରଚେଷ୍ଟା ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ। ସଭାପତିତ୍ବ ଅଭିଭାଷଣରେ ଶିକ୍ଷାବିତ୍ ଶ୍ରୀ ପତି ଜଗନ୍ନାଥ ସଂସ୍କୃତିର ମହିମ୍ନଧାରା କିପରି ଭାବ ନୈବେଦ୍ୟ ପୁସ୍ତକକୁ କର୍ପୂରିତ କରିଛି ଓ ସାତଶହ ବର୍ଷର ଜଗନ୍ନାଥ ସମ୍ବଳିତ କାବ୍ୟଯାତ୍ରାର ଆଲୋକପାତ କରିଥିଲେ। ସମୀକ୍ଷକ ଶ୍ରୀ ସିଂ କବିତାବଳୀର ଆଙ୍ଗିକ ଗଠନ ସହିତ କବିତାର ତିନୋଟି ଉପାଦାନ ରହସ୍ୟନୁଭବ,ସୌନ୍ଦର୍ଯ୍ୟବୋଧ, ସାଙ୍ଗତିକତା ସଂପର୍କରେ ଆଲୋଚନା କରିଥିଲେ। ଆବାହକ ଶ୍ରୀ ମହାପାତ୍ର ଓଡିଆ ସାହିତ୍ୟର ୨୫୦୦ବର୍ଷର କ୍ରାନ୍ତି ପୂର୍ଣ୍ଣ ଯାତ୍ରା ପଥ ଉପରେ ଆଲୋଚନା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କାଶୀନାଥ ପାତ୍ର, ବଳରାମ ରାଉଳ,କୁଞ୍ଜବିହାରୀ ରାଉତ, ପ୍ରଣତୀ ବେହେରା, ଦେବେନ୍ଦ୍ର ଚୌଧୁରୀ, ତ୍ରିନାଥ ସିଂ, ଅଙ୍ଗୁରବାଳା ପରିଡା, ଅଭିରାମ ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ରଶ୍ମି ସାହୁ, ବ୍ରଜବିହାରୀ ଦାଶ, ଗୌତମ ଦାସ, ତ୍ରିଲୋଚନ ସ୍ବାଇଁ, ମୀନକେତନ ପଶାୟତ, ବିଷ୍ଣୁପଦ ସିଂଦେଓ ଓ ବସନ୍ତ ବିଶ୍ବକର୍ମା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। କବିତା ଗୁଡିକୁ ସମୀକ୍ଷା କରିଥିଲେ ସଭାପତି ଶ୍ରୀ ପତି। ପ୍ରାରମ୍ଭରେ କାଶୀନାଥ ପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ରମାକାନ୍ତ ବେହେରା ଭାବ ନୈବେଦ୍ୟ ପୁସ୍ତକର କବିତା ଟିଏ ଗାନ କରି ଏକ ଭାକ୍ତିକ ପରିବେଶ ସୃଷ୍ଟି କରିଥିଲେ। ତାଙ୍କୁ ବାଦ୍ୟ ଯନ୍ତ୍ରରେ ପୁଲକ ରଂଜନ ମଲ୍ଲିକ ସହଯୋଗ କରିଥିଲେ। ଶେଷରେ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସୌଦାମିନୀ ପଣ୍ଡା, ନିହାର ଦାସ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Related posts

ଉଚ୍ଚ ନ୍ୟାୟାଳୟ ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ : ଜିଲ୍ଲା କୋର୍ଟ ପରିଦର୍ଶନ : ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ନୂଆପଡା ଜିଲ୍ଲା ସାମ୍ବାଦିକ ସମନ୍ଵୟ ସମିତି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ଫୋନ ମାଧ୍ୟମରେ ଚାକିରୀ ଲୋଭ ଦେଖାଇ ଯୁବତୀ ଚାଲାଣ !

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort