ନର୍ଲା (ମପ୍ର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ଆସନ୍ତା ୧୮ ତାରିଖ ଦିନ ନର୍ଲା ନିର୍ବାଚନ ମଣ୍ଡଳୀରେ ମତଦାତା ମାନେ ମତଦାନ କରିବେ। ତେବେ ନର୍ଲା ବ୍ଳକର ଏକ ପ୍ରମୁଖ ପଞ୍ଚାୟତ ହେଉଛି ଭୀମକେଲା ଗ୍ରାମ ପଞ୍ଚାୟତ। ଏଠାରେ ଅତୀତରେ ବାହାର ଲୋକେ ମଧ୍ୟ ସରପଂଚ ଓ ସମିତି ସଭ୍ୟ ରୂପେ ସ୍ଥାନୀୟ ଭୋଟଦାତାଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି। ତେବେ ପରିବର୍ତ୍ତନ ଧାରାରେ ପୂର୍ବପରି ସେହିପରି ପରିବେଶ ନାହିଁ। ଏଠାରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଜୋର ଦିଆଯାଇଥିବାରୁ ସ୍ଥାନୀୟ ପ୍ରାର୍ଥୀମାନେ ବେଶ ଆଶାବାଦୀ।ଭୀମକେଲା, ପଲସାପଡା, ବୁର୍ଡିପଡା ଓ ଲାଖପଦର ଗ୍ରାମକୁ ନେଇ ଗଠିତ ଭୀମକେଲା ଗ୍ରାମ ପଞ୍ଚାୟତରେ ପାନୀୟଜଳ, ସ୍ଵାସ୍ଥ୍ୟ, ରାସ୍ତା ଓ ଶିକ୍ଷାର ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଏଠାରେ ଏକ ଛୋଟିଆ ଉଦାହରଣ ନିଆଯାଇ ପାରେ ଲୋକେ ମାସ ମାସ ଧରି ବସୁଧା ପ୍ରକଳ୍ପରୁ ପାନୀୟ ଜଳ ପାଇବାରେ ବିଫଳ ହୋଇଛନ୍ତି। ଭୀମକେଲା ପଞ୍ଚାୟତରେ ଏଥର ସମିତି ସଭ୍ୟା ପାଇଁ ସୁମିତ୍ରା ମାଝୀ, ସରସ୍ଵତୀ ମାଝୀ ଓ ସରିତା ମାଝୀ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଥିବା ବେଳେ ସରପଂଚ ଆଶାୟୀ ପ୍ରାର୍ଥୀନୀ ରୂପେ ଜାନକୀ ଗଉଡ, କମଲୀ ଭୋଇ,ଟିକେଶ୍ଵରୀ ମାଝୀ ଓ ସାଏବନୀ ସାହୁ ପ୍ରମୁଖ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସରପଂଚ ପ୍ରାର୍ଥୀନୀ ମାନେ ନିଜର ସମର୍ଥକଙ୍କ ସହ କୈ।ଣସି ମତେ ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ପ୍ରଭାବିତ କରିବାରେ ଲାଗିପଡିଛନ୍ତି। ଏଠାରେ ଭୋଟର କାହାକୁ କିଭଳି ଗ୍ରହଣ କରିବେ ତାହା ସ୍ପଷ୍ଟ ହୋଇ ପାରୁ ନାହିଁ। ସରପଂଚ ପ୍ରାର୍ଥୀନୀ ମାନେ ନିଜ ନିଜର ବିଜୟ ପାଇଁ ବେଶ ଆଶାବାଦୀ ଥିବା ସତ୍ବେ ଭୋଟରଙ୍କ ଅସ୍ପଷ୍ଟ ମତ ପ୍ରକାଶ ଯୋଗୁଁ ପ୍ରାର୍ଥୀନୀଙ୍କ ହୃତପିଣ୍ଡ ସ୍ପନ୍ଦନ ବଢ଼ିବାରେ ଲାଗିଛି।ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।
next post