କୋକସରା,୧୯ା୨- ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ଲକର ୨୨ ପଞ୍ଚାୟତ ରେ ୮୭ ହଜାର ୮୩୯ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪୪ହଜାର ୧୯୬ ପୁରୁଷ ଭୋଟର ଓ ୪୩ ହଜାର ୬୪୧ ମହିଳା ଭୋଟର ରହିଛନ୍ତି । ତେବେ ୨୬୨ ବୁଥରେ ମତାଦାନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ୨୨ ପଞ୍ଚାୟତ ରେ ୩ ଜିଲ୍ଲା ପରିଷଦ ଆସନ ପାଇଁ ୧୨ଜଣ ଦଲୀୟ ପ୍ରାର୍ଥୀ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ସେହିପରି ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୯୬ ଜଣ, ସରପଞ୍ଚ ପାଇଁ ୧୨୩ ଓ ୱାର୍ଡ ମେମ୍ବର ପାଇଁ ୨୮୩ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ମୋଟ ୫୧୫ ଜଣ ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସୂଚନା ମିଳିଛି । ତେବେ ୨୬୨ ବୁଥ ମଧ୍ୟରୁ ୫ ବୁଥ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସେଗୁଡିକ ହେଲା ଆମପାଣି ପଞ୍ଚାୟତ ର କୁଟୁରୁ ୱାର୍ଡ ୬ ଓ ବିରିମୁହାଣ ୱାର୍ଡ ୭, ଡୁଡୁକାଠେଙ୍ଗା ପଞ୍ଚାୟତ ର ଖଳିଗଡ଼ ବୁଥ ର ୮ ଓ ୯ ନମ୍ବର ୱାର୍ଡ, ବରାଡଙ୍ଗା ପଞ୍ଚାୟତ ର ଝୁଲେନବର ବୁଥ ୱାର୍ଡ ୧୧ ରହିଛି । ପିଙ୍କ ବୁଥ ଭାବେ କୋକସରା ପଞ୍ଚାୟତ ର ୫ ଓ ୭ ନମ୍ବର ୱାର୍ଡ ରହିଥିବା ବେଳେ ଏହି ବୁଥରେ ମହିଳା କର୍ମଚାରୀ ମାନେ ନିର୍ବାଚନ ପରିଚାଳନା କରିବେ ।
ଶନିବାର ବ୍ଲକ ର ୨୨ ପଞ୍ଚାୟତ ର ୨୬୨ ପୋଲିଂ ବୁଥ ପାଇଁ ନିୟୋଜିତ କର୍ମଚାରୀ ଙ୍କୁ ରିଲିଫ କରାଯାଇଛି । ବିଭିନ୍ନ ଷ୍ଟଲ କରି ନିର୍ବାଚନ କରିବା ପାଇଁ ଆସିଥିବା କର୍ମଚାରୀ ଙ୍କୁ ନିର୍ବାଚନ ରେ ଆବଶ୍ୟକ ସମସ୍ତ ଉପକରଣ ସହ ବୁଥ କୁ ପଠାଯାଇଛି । ବ୍ଲକ ପ୍ରଶାସନ ର ସମସ୍ତ ପଞ୍ଚାୟତ କର୍ମଚାରୀ, ଶିକ୍ଷକ, ପୋଲିସ କର୍ମଚାରୀ ମାନେ ନିୟୋଜିତ ରହି ପୋଲିଂ ବୁଥ କୁ ଯିବାପାଇଁ ସମସ୍ତ ଆନୁସଙ୍ଗିକ ସୁଚାରୁ ରୁପେ ହୋଇଥିବା ନେଇ କୋକସରା ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ମନୀଷା ଦାସ ସୁଚନା ଦେଇଛନ୍ତି । ମ ନି ସ ।
previous post
next post