କାନ୍ତ କବିଙ୍କର ସ୍ମରଣେ
ଅନ୍ନ ଵସ୍ତ୍ର ସମ ଆମର ଭାଷା ଲୋଡା | ମନର ଭାବକୁ ପ୍ରକାଶ ପାଇଁ ମାତୃଭାଷା ସହଜ | ଭାଷାର ମମତା ନାହିଁ ଯାହାର ସେ ପଣ୍ଡିତରେ ଗଣା ହୁଏ ନାହିଁ | ଆମେ ଓଡ଼ିଆ ଭାଷାକୁ ଦିନକୁ ଦିନ ଅନାଦର କରି ଚାଲିଛେ | କୋର୍ଟ କଚେରୀରେ ଓଡ଼ିଆ ଭାଷାରେ କାର୍ଯ୍ୟକ୍ରମ ଚାଲିବା ପାଇଁ ଆମର ଚେଷ୍ଟା ନାହିଁ | ଓଡ଼ିଆ ସାଂସଦ, ମନ୍ତ୍ରୀ ସଂସଦରେ କିମ୍ବା ବିଧାନ ସଭାରେ ଓଡ଼ିଆ ଭାଷାରେ ଭାଷଣ ଦେବା ବହୁତ ନଗଣ୍ୟ |
ଆମେ ଭୁଲି ଯାଉଛେ ଯେ ଭୂମିଷ୍ଟ ହେଲା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ଜୀବନରେ ମାତୃଭାଷାର ମହର୍ତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି | ଶିଶୁ ଅବସ୍ଥାରେ ପ୍ରଥମେ ମାଆକୁ ଚିହ୍ନିଲେ | ତାପରେ ପରିବାର ଲୋକଙ୍କୁ | ତା ପରେ ସମାଜର ଚାଲିଚଳନି ଓ କଥା କହିବାର ଅର୍ଥ ବୁଝିଲେ | ମାଧ୍ୟମ କେବଳ ଆମ ମାତୃଭାଷା | ଯେତେ ଉଚ୍ଚ ପଦବୀ ରେ ଥାଉନା କାହିଁକି ପ୍ରଥମେ ଆମେ ଆମ ଦେଶର ମଣିଷଙ୍କୁ, ଆମ ମାତୃଭାଷାକୁ ଜାଣିଲେ | ଆମର ଜ୍ଞାନ ଉଦୟ ହେଲା | ମାତୃଭାଷାର ଉନ୍ନତି ନହେଲେ ଦେଶର ଉନ୍ନତି ସମ୍ଭବ ନୁହେଁ | ଆମ ମାତୃଭାଷାକୁ ଯେଉଁ ବ୍ୟକ୍ତି ମାନଙ୍କର ଦାନ ରହିଛି, ସେମାନଙ୍କ ମଧ୍ୟରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ହେଉଛନ୍ତି ଅନ୍ୟତମ |
ଆଜି ଚ଼ବିଶ ଫେବୃଆରୀ କାନ୍ତକବିଙ୍କର ତିରୋଧାନ ଦିବସ |ଲକ୍ଷ୍ମୀଙ୍କର ବାର ଗୁରୁବାରରେ ସେ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ତାଳପଦା ଗ୍ରାମରେ ଜନମି ଭାଗବତ ପ୍ରସାଦ ଓ ରାଧାମଣିଙ୍କର ସୁଯୋଗ୍ୟ ସନ୍ତାନ ଭଦ୍ରକ ତଥା ଓଡିଶାର ନାଁ ରଖି ଯାଇଛନ୍ତି | ଲକ୍ଷ୍ମୀ ପୂଜାଦିନ ଜନ୍ମିଥିଲେ ବୋଲି ତାଙ୍କ ନାମ ଥିଲା ଲକ୍ଷ୍ମୀକାନ୍ତ | ସେ ଅଠର ଶହ ଅଠାଅଶୀ ଡିସେମ୍ବର ନଅ ତାରିଖରେ ଜନ୍ମ ହୋଇଥିଲେ |
ଓଡିଆ ଭାଷା ପ୍ରୀତି ସୃଷ୍ଟି କରିବା ପାଇଁ ବିଭିନ୍ନ କବିତା ଲେଖିଲେ |ସେ ଏକାଧାରରେ ସେ ଥିଲେ ନାଟ୍ଯକାର, ପ୍ରାବନ୍ଧିକ, ବ୍ଯଙ୍ଗ କବି, ଗଳ୍ପ, ଉପନ୍ୟାସ, ଦେଶପ୍ରେମ ଗୀତିର ଲେଖକ | ବନ୍ଦେ ଉତ୍କଳ ଜନନୀ କବିତାଟି ଜାତୀୟ ସଙ୍ଗୀତ ମାନ୍ୟତା ପାଇଛି | ଉଣେଇଶି ଶହ ତେତିଶିରେ ମିଳିଲା ତାଂକୁ କାନ୍ତକବି ର ଉପାଧି ମିଳିଲା l
ଜୀବନ୍ତ ମରଣେ ‘ ‘କଣାମାମୁଁ ‘, ‘ ବୁଢା ଶଙ୍ଖାରି ‘ ବାରୁଣା ବିଜୟ ‘ ‘ କାଳୀୟ ଦଳନ ‘ ‘ ବେଶବଦଳା ‘ ‘ ଯୌବନ ପଥେ ‘ ‘ ଚିଡିଆ ଖାନା ‘ ‘ ଧର୍ମ ସଙ୍ଗୀତ ‘ ‘ ସୁନାପୁଅ ‘ ସବୁ ତାଙ୍କର ଅନବଦ୍ୟ ସୃଷ୍ଟି | ବନ୍ଦେ ଉତ୍କଳ ଜନନୀ ଗୀତ ଲେଖି କୋଟି କୋଟି ଉତ୍କଳ ପ୍ରାଣକୁ ସେ ଜାଗ୍ରତ କରି ପାରିଥିଲେ | ପିଲାଙ୍କ କଥା ଓ ବାଳଚର ଗୁଚ୍ଛ, କୁମାରୀ, ଧର୍ମସଙ୍ଗୀତ ଲେଖିଛନ୍ତି |
ଉଣେଇଶି ଶହ ତେପନ ଫେବ୍ରୁୟାରୀ ଚବିଶ ତାରିଖ ଦିନରେ ତାଂକର ଜୀବନ ପ୍ରଦୀପ ଲିଭିଗଲା | କିନ୍ତୁ ଆଜି ଏ ଓଡିଶା ତାଙ୍କୁ ଝୁରୁଛି | ମରଣ ତାଙ୍କୁ ଛୁଇଁ ପାରିନି ଅବା ପାରିବନି | ହେ ଜାତିର ବୀର, ତୁମେ ଯୁଗ ଯୁଗ ଧରି ପ୍ରତ୍ୟେକ ଓଡିଆ ହୃଦୟ ତନ୍ତ୍ରୀରେ ରହିଛ, ଓ ରହିଥିବ |
ଭଦ୍ରକ ଜିଲ୍ଲା ସମ୍ମିଳନୀ…ତତ୍କାଳୀନ ନବଜାଗ୍ରତ ଉତ୍କଳର ଅପ୍ରତିଦ୍ଵନ୍ଦୀ ନେତା ମହାତ୍ମା ଭାରତମଣି ଗୋପବନ୍ଧୁ ସେ ସଭାରେ ଉପସ୍ଥିତ | ସଭାର ପ୍ରାରମ୍ଭରେ ଗାନ ହେଲା ଆବାହନୀ ସଙ୍ଗୀତ :
“ଉଡାଇ ନିଶାଣ, ବଜାଇ ଭେରୀ
ଜଗାଇ ବିପୁଳ ପୁଲକ କମ୍ପ,
ମନ୍ତ୍ରପୂତ ଅନଳ ଭେଦି,
ଏ ଜାତି ଯେଦିନ ଦେଲାରେ ଲମ୍ଫ,
ଉଠିଲା ଗର୍ଜି ଦୀପ୍ତ ଅଶନି,
ସଘନେ ଗଗନ ବକ୍ଷେ,
ସୌରଜଗତ ଗମ୍ଭୀର ହୋଇ
ଚାହିଁଲା ମୁଗ୍ଧ ଚକ୍ଷେ II”
ଦାସେ ଆପଣେଙ୍କ ଆଖି ଛଳ ଛଳ ହୋଇଗଲା ଓ କୁଣ୍ଢାଇ ପକାଇ ଗଦଗଦ କଣ୍ଠରେ ସେ କହିପକାଇଲେ
“କି ଗୀତ ଲେଖିଛୁରେ ଲକ୍ଷ୍ମୀକାନ୍ତ ! ! !”
କଟକ ମାଟିରେ ୧୮୮୮ ସାଲ ଡିସେମ୍ବର ୯ ତାରିରେ ଭୂମିଷ୍ଠ ହୋଇଥିବା ଲକ୍ଷ୍ମୀକାନ୍ତଙ୍କ ପ୍ରଚୁର ଅଧ୍ୟୟନ ଓ ଅଧ୍ୟବସାୟ ସହିତ ବିଧିଦତ୍ତ ପ୍ରତିଭା ର ଅପୂର୍ବ ସ୍ଫୁରଣ ହିଁ ତାଙ୍କୁ କାଳଜୟୀ ଯଶ ପ୍ରଦାନ କରିଥିଲା ।
ପ୍ରେରଣାଦାତା ଫକୀରମୋହନ କହିଥିଲେ-
“ଲେଖିଯା, ସୁନା ରହିଯିବ, ଖାଦସବୁ ପୋଡିଜଳି ପାଉଁଶ ହୋଇଯିବ କାଳାଗ୍ନିରେ ।”
ପିତା ଭଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ, ଜାହ୍ନବୀ ଦେବୀ, ସାନଭାଇ କମଳାକାନ୍ତ ୧୯୩୦ ଲବଣ ସତ୍ୟାଗ୍ରହରେ ଯୋଗଦାନ ପୂର୍ବକ ଭୋଗିଥିଲେ କାରାବରଣ | ଉତ୍କଳସାହିତ୍ୟ ପତ୍ରିକାରେ “ଅସହଯୋଗର ଆତ୍ମକଥା” ପର୍ଯ୍ୟାୟରେ ତାଙ୍କ ରଚନାରୁ ରାଜନୀତିକ ଓ ଜାତୀୟ ଚେତନା ସ୍ପଷ୍ଟ ମନେ ହୁଏ ଓ ରଚିତ ସଙ୍ଗୀତରେ ଅଛି ଉଦ୍ଦାମତାର ଅଗ୍ନିସ୍ଫୁଲିଙ୍ଗ |
ହାସ୍ୟ ରସିକତା ଯେ ଲକ୍ଷ୍ମୀକାନ୍ତଙ୍କ କବିତାକୁ ପରେ ଏକ ନୂତନ ଦିଗନ୍ତ ଦେଇଛି | ଜଟିଳ ବ୍ୟାଧି, ବିଷାଦ, ବ୍ୟର୍ଥତା ଓ ନିଃସଙ୍ଗତା ତାଙ୍କ ଜୀବନର ଚିରସାଥୀ ଥିଲେ ମଧ୍ୟ କବିପ୍ରାଣରେ ଥିଲା ହାସ୍ୟରସର ସ୍ବତଃସ୍ଫୁର୍ତ୍ତ ଉତ୍ସ | ‘ପଞ୍ଚାମୃତ’, ‘ହନୁମନ୍ତ ବସ୍ତ୍ରହରଣ’, ‘ସୁଇସାଇଡ୍’, ‘ଅଫିମ ଲୀଳା’ ପରି ବ୍ୟଙ୍ଗନାଟିକା ତଥା ଚଟକ ଚନ୍ଦ୍ରହାସ ଚମ୍ପୁ’, ‘ଫୁର୍ତ୍ତିବାଜ’, ଓଲଟା ବୁଝିଲେ ରାମ’, ପହିଲି କେସ’ ଇତ୍ୟାଦି ଗଳ୍ପ ଏବଂ ଏକମାତ୍ର ଉପନ୍ୟାସ କଣାମାମୁଁରେ ନିହିତ ହାସ୍ୟରସର ବିପୁଳ ଉଲ୍ଲାସ ପାଠକଙ୍କୁ କରାଇ ଥାଏ |
କାନ୍ତକବି ଥିଲେ ଚିର ଆଧ୍ୟାତ୍ମବାଦୀ, ଚିର ଆନନ୍ଦ ସନ୍ଧାନୀ ଓ ତାଙ୍କର ଅନେକ କବିତାରେ ଶିଶୁ ସୁଲଭ ସରଳତା ଓ ଈଶ୍ୱର ବିଶ୍ୱାସ ପ୍ରକଟିତ ହୋଇଛି | ଲକ୍ଷ୍ମୀକାନ୍ତଙ୍କ ରଚିତ ‘ଶରତ ହାସ’, ‘ବସନ୍ତ ବିଳାସ’, ‘କାଳୀୟ ଦଳନ’, ‘ବ୍ରଜ ବର୍ଜନ’, ‘ବଂଶୀ ଶିକ୍ଷା’, ‘ଗୌର ସନ୍ନ୍ୟାସ’ ପରି କାଳଜୟୀ ନାଟକ ନାଟିକା ଏବଂ ‘କର୍ଣ୍ଣ’, ‘କଳାପାହାଡ଼’, ‘ଲକ୍ଷ୍ମୀ ଚଣ୍ଡାଳୁଣୀ’, ‘ଚନ୍ଦ୍ରହାସ’ ପରି ଐତିହାସିକ ଓ ପୌରାଣିକ ନାଟକ ଗୁଡିକରେ ଭକ୍ତି ଭାବର ଲାଳିତ୍ୟ ମାଧୁରୀ ପ୍ରକଟିତ ।
ତାଙ୍କ ମହନୀୟ କବିତାଗ୍ରନ୍ଥ “ଜୀବନ ସଙ୍ଗୀତ” କବି ଜୀବନର ଏକ ମନୋଜ୍ଞ ଆଲେଖ୍ୟ ।
ତାଙ୍କର ଅମୋଘ ଲେଖନୀଟି ୧୯୫୩ ସାଲ ଫେବୃଆରୀ ୨୪ ତାରିଖରେ ଚିରଦିନ ପାଇଁ ଅଚଳ ହୋଇ ଯାଇଥିଲା, ଲକ୍ଷ ଲକ୍ଷ ଭାବାବେଗୀ ସୁଧାଂଶୁ ମୋହନ ରାଉତରାୟଙ୍କ ଭାଷାରେ:
“କୋଟିକଣ୍ଠରେ କାନ୍ତକବି ହେ
ତର୍ପଣ ଘେନ ବାରେ,
ଅଭାବ ତୁମର ଅନୁଭଵ କରୁ
ଜନତାର ଦରବାରେ ହେ ।
ଜୀବନ ସଳିତା ଲିଭିଗଲା ସିନା
ମୃତ୍ୟୁ ତୁମର କାହିଁ ହେ ?
ତମ ପରି ଜଣେ ହାସ୍ୟରସିକ
ଓଡ଼ିଆ ସମାଜେ ନାହିଁ ହେ !”
ଆଜି ତାଙ୍କର ସ୍ମୃତି ଚାରଣେ ତାଙ୍କ ଲେଖନୀ ରୁ ନିସୃତ କେତୋଟି କଵିତା ରୁ ପଦେ ପଦେ
ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ,,,,
ବନ୍ଦେ ଉତ୍କଳ ଜନନୀ
ଚାରୁ ହାସ୍ୟ ମୟୀ ଚାରୁ ଲାସ୍ୟମୟୀ ,ଜନନୀ ,
ଜନନୀ ଜନନୀ,,,,
ହେ ମୋହନ କି ମୋହନ ମନ୍ତ୍ରେ ଦେଇ ଚାଳି
ଭାରତର ବକ୍ଷେ ଦେଲ ଅଗ୍ନି ଶିଖା ଜାଳି
ଜଗାଇଲ କୋଟି କୋଟି ପ୍ରାଣେ ଉଦ୍ଦୀପନା
ଖେଳିଗଲା ସରାଦେଶେ ତପ୍ତ ଉନ୍ମାଦନା ।
(କଵିତା,,ଯୁଗାବତାର)
ଆମ ଗାଆଁର ପରଜାପତି ସେ ଗାଁ
କଇଁ ଫୁଲରେ ବସି
ରଙ୍ଗାଇ ନିଏ ଡେଣା ଯୋଡିକ କଇଁର
ରେଣୁ ଦେହରେ ଘଷି ।
ସେ ଗାଁ ରେ ଫୁଟିଲେ କିଆ ଏଇ
ଗାଁକୁ ଚହଟି ଆସେ
ଆମ ଗାଁ ର ମାଳତୀ ଫୁଲ ସେଇ
ଗାଁର ମୁଣ୍ଡକୁ ବାସେ ।।
(କଵିତା,, ଏ ଗାଁ ସେ ଗାଁ )
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ