ଜୁନାଗଡ଼– କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଭୈରବ ଖେଳ ପଡିଆ ଠାରେ ବୁଧବାର ସ୍ୱର୍ଗତ ମହେଶ୍ୱର ବରାଡ଼ ଙ୍କ ସ୍ମୃତି ଉଧେଶ୍ୟରେ ଅନ୍ତଜିଲ୍ଲା କ୍ରିକେଟ ତୁର୍ଣ୍ଣାମେଣ୍ଟ ଉଦଘଟିତ ହୋଇଯାଇଛି lଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ତୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଡିଏସ ଓ ଶିବlସିସ ନାଏକ ଏବଂ ପୂର୍ବତନ ରଞ୍ଜି ଖେଳାଳି ସୁବ୍ରତ ବହିଦାର ଯୋଗ ଦେଇଥିଲେ l ଉଦ୍ଘାଟନୀ ର ପ୍ରଥମ ଦିନ ଭବାନୀପାଟଣା କେ ଡି ସି ଏ ଏବଂ ରୋୟଲ କ୍ଲବ ନବରଙ୍ଗପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା lଟସ ଜିଣି ପ୍ରଥମେ ଭବାନୀପାଟଣା ଦଳ ଫିଲଡିଂ ନେଇଥିବା ବେଳେ ନବରଙ୍ଗପୁର ଦଳ ବେଟିଂ କରିଥିଲେ lଏଥିରେ ନବରଙ୍ଗପୁର ବେଟିଂ କରି ୨୬ ଓଭର ରେ ୭ ୱେକେଟ ହରାଇ୧୬୫ ରନ ସଂଗ୍ରହ କରିଥିଲେ lଜବାବ ରେ ଭବାନୀପାଟଣା ଦଳ ୨୦ ଓଭର ୪ ବଲ ରେ ୬ ୱେକେଟ ହରାଇ ବିଜୟ ଲାଭ କରିଥିଲେ l ଭବାନୀପାଟଣା ଦଳ ର ମନୋଜ ସିଂ ମେନ ଅଫ ଦି ମ୍ୟାଚ ହାସଲ କରିଥିଲେ l ଏହି ମ୍ୟାଚ ରେ ଭବାନୀପାଟଣା ର ଅଶୋକ ସlହାଣୀ ଏବଂ ଜୟପୁର ର ଅସିତ ପଟ୍ଟନାଏକ ଅମପାୟରିଂ କରିଥିବା ବେଳେ ସତୀଶ ପ୍ରଧାନ, ବିନୟ ସାହୁ ଏବଂ ଜୟନ୍ତ ବାରିକ ଧlରlବିବରଣୀ ପ୍ରଦାନ କରିଥିଲେ l ସ୍କୋରର ଭାବେ ନୀତିଶ ମହାପାତ୍ର ଏବଂ ରାଜା ଚନ୍ଦନ ଦାୟିତ୍ବ ତୁଲାଇଥିଲେ lଏଥିରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ର ହିମାଂଶୁ ବରାଡ଼, , ସମୀର ସାହୁ, କାଳିଆ ପାଣିଗ୍ରାହୀ, ସରୋଜ ପଣ୍ଡା, ଜିତୁ ନାଏକ, ରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିବା ବେଳେ ବିଘ୍ନ ରାଜ ବରାଡ଼, ମହେସ ସାହୁ, ସୁଧାଂଶୁ ଶେଖର ବରାଡ଼, ଅଶୋକ ପଟ୍ଟନାୟକ, ଲଳିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ l ଜୁନାଗଡ଼ ରୁ ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ।
previous post
next post