ଜୁନାଗଡ ୨୬/୦୩ (ନି.ପ୍ର) ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରପକ୍ଷରୁ ଜୁନାଗଡ ବନାଞ୍ଚଳ କାର୍ଯ୍ୟାଳୟ ପରିସର ରେ ବନlଗ୍ନି ପ୍ରତିରୋଧକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ସିମାଞ୍ଚଳ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜୁନାଗଡ ବନପାଳ ନୀରୋଧ ଧଙ୍ଗଡମାଝି, ଡୁମେରବାହାଲ ବାନପାଳ କାହୁଁ ଚରଣ ତ୍ରିପାଠୀ, କୋକସରା ବନପାଳ ବୃଷବ ବେଶ୍ରା, ବଣ୍ଡଗୋଡା ବନପାଳ ରଜନୀକାନ୍ତ ମେହେର, ଅଗ୍ନିଶମ ବିଭାଗ ରୁ ଶିବରାମ ବିଶ୍ଵାଳ ଓ ଜିତେନ୍ଦ୍ର ପୁଟେଲ ପ୍ରମୁଖ ଉପସ୍ଥିତ ରହି ବାନାଗ୍ନ ପ୍ରତିରୋଧ ସମ୍ପର୍କରେ ସଚେତନତା କରିଥିଲେ।ବନ ମଧ୍ୟରେ ଅଗ୍ନି ସଂଚାର ହେଲେ ଆମେ କିପରି ତାହାକୁ ପ୍ରତିରୋଧ କରିବା ଏବଂ ନିର୍ବାପିତ କରିବା ଏଥିନେଇ ବିଭିନ୍ନ କୌଶଳ ଉପରେ ଆଲୋକପାତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ହୋଇ ଅଗ୍ନି ନିର୍ବପକ ବିଷୟରେ ଉପସ୍ଥିତ ବନ କର୍ମଚାରୀ ,ମହିଳା ସ୍ୱଙ୍ଗ ସ୍ବେଚ୍ଛାସେବୀ, ଏବଂ ଜନସାଧାରଣଙ୍କୁ ଅବଗତ କରିଥିଲେ।ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଅବଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ବନ କର୍ମଚାରୀ ବଳରାମ ଭୋଇ ସିଏନ ଜାରୀଙ୍ଗ,। କାର୍ଯ୍ୟକ୍ରମରେ ଜୁନାଗଡ଼ ବନାଞ୍ଚଳର ଅନେକ କର୍ମଚାରୀ ସମେତ, ମହିଳା ଏସଏଚଜି ସଦସ୍ୟା ଏବଂ ଜନସାଧାରଣ ଉପସ୍ଥିତ ରହିଥିଲେ।
next post