ତେନ୍ତୁଳିଖୁଣ୍ଟି ୨୨/୦୪/୨୩ -ଡି ଏନ ଏ – ନବରଙ୍ଗପୁର ଜିଲ୍ଲା ଗସ୍ତରେ 5 ଟି ସଚିବ ଭି କେ ପାଣ୍ଡିଆନ ଆସିଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ମନ୍ଦିର ତଥା ଚର୍ଚ୍ଚ ର ପ୍ରତିନିଧି ମଣ୍ଡଳ ଭେଟି ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ଚର୍ଚ୍ଚ ପାଇଁ ତଥା ଚର୍ଚ୍ଚ ର ପୁନର୍ବିନ୍ୟାସ ପାଇଁ ସହାୟତା ରାଶି ମାଗିଥିଲେ । ଏହି ପରିପ୍ରେକ୍ଷୀରେ ତେନ୍ତୁଳିଖୁଣ୍ଟି ବ୍ଲକ ର ଜେ ଇ ଏଲ ସି ଚର୍ଚ୍ଚ ଖାତିଗୁଡା ,ତେନ୍ତୁଳିଖୁଣ୍ଟି ,କାମତା , କଙ୍ଗ୍ର।, କୁ ଦଶ ଲକ୍ଷ ଲେଖାଏଁ ମରାମତି ଓ ପୁନର୍ବିନ୍ୟାସ ପାଇଁ ଅର୍ଥ ପ୍ରଦାନ କରାଯାଇଛି। ସେହିଭଳି ବେରେସେବା ଚର୍ଚ୍ଚ ଫଟା ଗୁଡା କୁ ପାଞ୍ଚ ଓ ଚିତ୍ରକୋଟ ସ୍ଥିତ ଜଇଲୁମ ଚର୍ଚ୍ଚ କୁ ପାଞ୍ଚ ଲଷ ଟଙ୍କା ଅନୁଦାନ ମରାମତି ଓ ପୁନର୍ବିନ୍ୟାସ ପାଇଁ ମଞ୍ଜୁରୀ ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5 ଟି ସଚିବ ଙ୍କୁ ସ୍ୱତନ୍ତ୍ର ଅନୁଦାନ ଦେଇଥିବାରୁ ଚର୍ଚ୍ଚ ଗୁଡିକ ର ପାଳକ ଓ ଭକ୍ତ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବିପିନ ଧନଫୁଲ ,ପ୍ରେମଦାନ ନମ୍ରସିଲ , ପାଳକ କିଶୋର , ରାଜୀବ ମାଣ୍ଡି, ପ୍ରଫୁଲ୍ଲ ନାଗ ,ସୁଧୀର ଖୁରା ,ତନୟ ନାୟକ , ଗୋଲକ ଖୁରା ,ପୁରନ୍ଦର ଭତ୍ରା, ବାବୁନ ନାୟକ ଉଜ୍ବଳ ଖୁରା ପ୍ରମୁଖ ଉପସ୍ଥିତ ରହି ଧନ୍ୟବାଦ ପ୍ରଦାନ କରିଛନ୍ତି। ଖାତିଗୁଡା ସ୍ଥିତ ଜଗନ୍ନାଥ ମନ୍ଦିର ପାଇଁ କମ୍ମ୍ୟୁନିଟି କେନ୍ଦ୍ର ,ସଲପା ରାଧାକାନ୍ତ ମନ୍ଦିର ପାଇଁ ମରାମତି ତଥା ପୁନର୍ବିନ୍ୟାସ ପାଇଁ ଦଶ ଲକ୍ଷ ଓ ଲମତା ଗୁଡା ଶିବ ମନ୍ଦିର ମରାମତି ଓ ପୁନର୍ବିନ୍ୟାସ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ଜଣା ପଡ଼ିଛି।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି