ସମ୍ବଲପୁର – ମ ନି ସ,-: ସମ୍ବଲପୁର ବୈଦିକ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ତଥା ସୁସାହିତ୍ୟିକ ଶ୍ରୀ ସୌଭାଗ୍ୟ ରଞ୍ଜନ ମହାପାତ୍ର ମର୍ଯ୍ୟାଦା ଜନକ ରାଜ୍ୟସ୍ତରୀୟ “ମା ତାରିଣୀ ସାହିତ୍ୟ ସମ୍ମାନ ୨୦୨୨” ରେ ସମ୍ମାନିତ ହୋଇଛନ୍ତି।କେନ୍ଦୁଝର,ଆନନ୍ଦପୁର ନିକଟସ୍ଥ ଆନନ୍ଦ ଭବନ ଠାରେ ଆୟୋଜିତ “ପ୍ରୀତି ପ୍ରଣତି”ର ପ୍ରଥମ ବାର୍ଷିକ ସାହିତ୍ୟ ସମ୍ବର୍ଦ୍ଧନା ଉତ୍ସବର ଶିବିରରେ ମୁଖ୍ୟ ଅତିଥି ପ୍ରଫେସର ରମାକାନ୍ତ ନାୟକ(ବିଶିଷ୍ଟ ସାହିତ୍ୟିକ,ଅବସରପ୍ରାପ୍ତ ଅଧ୍ୟକ୍ଷ,ଆନନ୍ଦପୁର କଲେଜ) ମୂଖ୍ୟବକ୍ତା: ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ, (ସୁସାହିତ୍ୟିକ,ପରିବେଶବିତ୍, ଆନ୍ତର୍ଜାତିକ ଗାନ୍ଧୀ ଶାନ୍ତିଦୃତ, ଓଡ଼ିଶା ଅର୍ଥସେବା ଅଧିକାରୀ),ସମ୍ମାନୀତ ଅତିଥୀ: ଶ୍ରୀ ହରିହର ପାଣିଗ୍ରାହୀ(ସୁସାହିତ୍ୟିକ,ପ୍ରଵଚକ,ବିଶିଷ୍ଟ ପାଲା ଗାୟକ) ଓ ସମ୍ମାନୀତ ବକ୍ତା ଶ୍ରୀଯୁକ୍ତ ରତ୍ନାକର ଦାସ(ଵିଶିଷ୍ଟ ଶିଶୁ ସାହିତ୍ୟିକ)ପ୍ରମୁଖ ଯୋଗ ଦେଇଥିଲେ।ଏମାନଙ୍କ ସମେତ ସମ୍ମାନିତ ଅତିଥି ସୁସାହିତ୍ୟିକ,ପ୍ରଵଚକ,ତଥା ବିଶିଷ୍ଟ ପାଲା ଗାୟକ ଶ୍ରୀଯୁକ୍ତ ହରିହର ପାଣିଗ୍ରାହୀ ଙ୍କ କର କମଳ ମାଧ୍ୟମରେ ଚଳିତ ବର୍ଷର ପ୍ରୀତି ପ୍ରଣତି ସାହିତ୍ୟ ଅନୁଷ୍ଠାନ,ଆନନ୍ଦପୁର,କେନ୍ଦଝର ତରଫରୁ “ମା ତାରିଣୀ ସାହିତ୍ୟ ସମ୍ମାନ ୨୦୨୨” ଶ୍ରୀ ସୌଭାଗ୍ୟ ଙ୍କୁ ପ୍ରଦାନ କରାଯାଇଛି।ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀ ବିଭୁତି ଭୁଷଣ ସାମଲ(ବିଶିଷ୍ଟ ସାହିତ୍ୟିକ) ତଥା ସମ୍ପାଦକ ଶ୍ରୀ ଦେବବ୍ରତ ଵାରିକ ତାଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।ଶ୍ରୀ ସୌଭାଗ୍ୟ ଙ୍କ ଜନ୍ମସ୍ଥାନ ହେଉଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ କଙ୍କାଳୁ ଗ୍ରାମରେ । ଶ୍ରୀ ସୌଭାଗ୍ୟ ପିତା ଶ୍ରୀଯୁକ୍ତ ଜୟକୃଷ୍ଣ ମହାପାତ୍ର ଓ ମାତା ଶ୍ରୀମତୀ ଚାରୁଵାଳା ମହାପାତ୍ର ଙ୍କ ଜୈଷ୍ଠ ସନ୍ତାନ। ତାଙ୍କର ଏହି ସଫଳତା ପାଇଁ ତାଙ୍କର ଜନ୍ମମାଟି ଓ କର୍ମମାଟି(ସମ୍ବଲପୁର) ଅଞ୍ଚଳର ମହଲରେ ଖୁସିର ଲହରୀ ଖେଳିଯାଇଛି ଓ ତାଙ୍କର ଏତାଦୃଶ ସଫଳତା ପାଇଁ ପାଠକ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।