ଲାଞ୍ଜିଗଡ,୦୮/୦୩( )-ଆଜି ସନ୍ଧ୍ୟାରେ ନିଜ କର୍ମକ୍ଷେତ୍ର ଲାଞ୍ଜିଗଡରୁ ଭବାନୀପାଟଣାକୁ ଯାଉଥିବାବେଳେ ମେଦିନୀପୁର ଛକ ନିକଟରେ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କାରେ ଲାଞ୍ଜିଗଡ ବ୍ଲକ ନକ୍ଷତ୍ର ନ୍ୟୁଜ ପ୍ରତିନିଧି କୈଳାସ ସାହୁଙ୍କ ମାରୁତି ଏକ୍ସପ୍ରେସୋ ଗାଡି ସାମ୍ନାପଟ ଚୂରମାର ହୋଇଯାଇଛି । ଏହି ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, ଟ୍ରକ ଧକ୍କାରେ କାରଟି ଶହେ ମିଟର ପଛକୁ ଘୋଷାଡି ହୋଇଯାଇଥିଲା । ଏଥିରେ କାରର ସାମ୍ନା ପଟ ଚୂରମାର ହୋଇଯାଇଥିବାବେଳେ ଶ୍ରୀ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ଘଟାଇ ଟ୍ରକଟି ପଳାଇ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେ ଘରକୁ ଯାଇଥିବା ଜଣାପଡିଛି । – ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ