ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ମକରଧ୍ଵଜ ସାହୁ ଭାରତମାତାଙ୍କ ପୂଜନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ନରେଶ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇ ସହିଦଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆଯିବା ସହ ନଗରଭ୍ରମଣ କରାଯାଇଥିଲା । ନିମନ୍ତ୍ରୀତ ଅତିଥି ଭାବେ ପରିଚାଳନା ସମିତିର କୋଷାଧକ୍ଷ ଶ୍ରୀଯୁକ୍ତ ଶଶିଭୂଷଣ ପ୍ରସାଦ ସାହୁ ଓ ସଦସ୍ୟା ଶ୍ରୀମତୀ ନୂପୁର ସାହୁ ଯୋଗଦେବା ସଙ୍ଗେ ସଙ୍ଗେ ସ.ଶି.ବି.ମ ସେଁପୁର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ରାଜେଶ ପ୍ରସାଦ ସାହୁ ଯୋଗଦାନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦିବସ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଗୁରୁଜୀ ଜନାର୍ଦ୍ଦନ ବାଗ ମଞ୍ଚପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟିକଦେବ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଗୀତାଞ୍ଜଳି ବାଗ,ସୌଦାମିନୀ ସାହୁ,ପ୍ରଭାତୀ ବେହେରା,ରଶ୍ମିତା ନାଏକ,ରୀତା ସାହୁ,ପ୍ରବିଣ ତ୍ରିପାଠୀ,ଗଙ୍ଗାଧର ଚଳାନ,ପୂର୍ଣଚନ୍ଦ୍ର ନାଗ,ତୋଫାନ ବାଗ,ଖୁସିରାମ ସାହୁ, ଯଶୋବନ୍ତ ଚିନ୍ଦା ଆଦି ପ୍ରମୁଖ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।