ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

ଭବାନୀପାଟଣା ତା ୧୫.୮.୨୦୨୩: ଆଜି ଭବାନୀପାଟଣା ସ୍ତିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସ ରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସକାଳ ଘ ୯.୧୫ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ୧୪ ତାରିଖ ମଧ୍ଯ ରାତ୍ର ସମୟରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସହରରେ ମଶାଲ ଶୋଭାଯାତ୍ରା ,ପ୍ରାତଃ ଘ ୪.୩୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ଵାରା ରାମଧୂନ୍ ପରିବେଷଣ ,ସକାଳ ଘ ୬.୩୦ ମିନଟ ସମୟରେ ସହର ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଙ୍କ ଠାରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ,ସକାଳ ୭.୩୦ ମି ସମୟରେ ସହର ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୂଖ୍ୟଅତିଥୀ ନିଜ ବକ୍ତବ୍ୟରେ ଦେଶ ତଥା ଆମ ରାଜ୍ୟର ବିକାଶର ଅଗ୍ରଗତି ସହିତ ତାଳ ଦେଇ କଳାହାଣ୍ଡି ଜିଲ୍ଲା ର ସ୍ବାସ୍ଥ୍ୟ,କୃଷି,ଗମନାଗମନ,ଜଳସେଚନ, ୫ଟି ହାଇସ୍କୁଲ ,ଉତ୍କେଲା ଏୟାର ଷ୍ଟ୍ରିପ, ମିଶନ ଶକ୍ତି, ମେଡ଼ିକାଲ କଲେଜ ବିଷୟ ଉଲ୍ଲେଖ କରି ଲୋକଙ୍କ ଜୀବନ ମାନଦଣ୍ଡ ଆହୁରି ଆଗକୁ ନେବାକୁ ହେଲେ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଠିକ୍ ଦାୟିତ୍ଵ ଓ କର୍ତ୍ତବ୍ୟ ତୁଲାଇବାକୁ ଆହ୍ଵାନ କରିଥିଲେ।ପତାକା ମଞ୍ଚରେ ମୂଖ୍ୟ ଅତିଥୀ ଙ୍କ ସହ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଉପସ୍ଥିତ ଥିଲେ ।

ପ୍ୟାରେଡ ପଡ଼ିଆ ରେ ମୋଟ ୪୧ ଟି ଶିକ୍ଷାନୁଷ୍ଠାନ ଓ ପୋଲିସ ପ୍ଲାଟୁନ୍ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଙ୍କ ଠାରୁ ପ୍ୟାରେଡ ପ୍ରତିଯୋଗିତା ର ବିଜୟୀ ଦଳ ରନିଂ ସିଲ୍ଡ ଓ କପ୍ ଗ୍ରହଣ କରିଥିଲେ। ସିନିଅର ଏନ୍ ସି ସି ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ (ଆର୍ମି ୱିଂ ), ଜୁନିଅର ଏନ୍ ସି ସି ରେ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟ , ସ୍କାଉଟ ରେ ମାଣିକେଶ୍ଵରୀ ହାଇ ସ୍କୁଲ ଗାଇଡ ରେ ସିଟିଜନ ଇଂଲିଶ ମୋଡେଲ ବିଦ୍ୟାଳୟ,ଜୁନିଅର ରେଡକ୍ରସ ରେ ସର ସ୍ଵତି ବିଦ୍ୟା ମନ୍ଦିର ବ୍ରଜବିହାର,ସିନିୟର୍ ସିଭିଲିଏନ୍ ରେ ପୋଲିସ ହାଇସ୍କୁଲ୍ ,ଜୁନିଅର ସିଭିଲିଏନ୍ ରେ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର, ବେଷ୍ଟ ପ୍ଲାଟୁନ କମାଣ୍ଡର ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ (ନାଭାଲ ୱିଂ) ର କମାଣ୍ଡର ରନିଂ ଶିଲ୍ଡ ଓ ଟ୍ରଫି ପୁରସ୍କାର ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରର ଉତ୍କୃଷ୍ଟତା ଲାଭ କରିଥିବା ବିଦ୍ୟାର୍ଥୀ /ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା। ବି ଏସ ଇ ହାଇସ୍କୁଲ ଦଶମ ବାର୍ଷିକ ପରୀକ୍ଷା ୨୦୨୩ ରେ ସର୍ବୋଚ୍ଚ ମାର୍କ ରଖିଥିବା ପଞ୍ଚାୟତ ହାଇସ୍କୁଲ୍ ଛାତ୍ରୀ ପ୍ରିୟଦର୍ଶିନୀ ନାଏକ ଙ୍କୁ ଜିଲ୍ଲା ପ୍ରଶାସନ ଟ୍ରଫି ,ସେଭଳି ସି ବି ଏସ ଇ ଦଶମ ବୋର୍ଡ଼ ରେ ହାଇଟେକ୍ ପବ୍ଲିକ ସ୍କୁଲ ର ଛାତ୍ରୀ ଜିଗିଶା ଭୋଇ, ଆଇ ସି ଏସ ଇ ଦଶମ ବୋର୍ଡ ରେ ବିମଳା କନଭେଣ୍ଟ ର ଛାତ୍ର ଓମ୍ ଧ୍ୱନି ତ୍ରିପାଠୀ ,ସରକାରୀ ଏସ ଏସ ଡି ହାଇସ୍କୁଲ୍ ମଧ୍ୟରେ ବି ଏସ ଇ ଦଶମ ବୋର୍ଡ ରେ ସର୍ବୋଚ୍ଚ ମାର୍କ ରଖିଥିବା ଗୋପାଳପୁର ଏସ ଏସ ଡି ହାଇସ୍କୁଲ୍ ଛାତ୍ରୀ ଙ୍କୁ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘ ଙ୍କ ଦ୍ଵାରା ପ୍ରଦତ୍ତ ମାନପତ୍ର ଓ ଟ୍ରଫି କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ଆଇ ସି ଏସ ଇ ଦଶମ ବୋର୍ଡ ସର୍ବୋଚ୍ଚ ମାର୍କଧାରିଙ୍କୁ ସ୍ବର୍ଗତ ମହେଶ୍ୱର ନାୟକ ସ୍ମୃତି ରନିଂ ସିଲଡ ପ୍ରଦାନ କରାଯାଇଥିଲା। ସେଭଳି ସି ଏଚ ଏସ ଇ +୨ ବାର୍ଷିକ ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖିଥିବା ବିଜ୍ଞାନ ବିଭାଗରେ ବିକାଶ ଆବାସିକ ବିଦ୍ୟାଳୟ ର ଛାତ୍ର ସୁଜିତ୍ ସାହୁ ବାଣିଜ୍ୟ ରେ ବିକାଶ ଆବାସିକ ବିଦ୍ୟାଳୟର ତନିଶା ବଂଶଲ୍, କଳା ବିଭଗର ଗୋଲାମୁଣ୍ଡା ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶାନ୍ତ କୁମାର ଧକ୍କଡ୍ ଓ ସି ବି ଏସ ଇ+୨ବୋର୍ଡ ବିଜ୍ଞାନ ବିଭାଗରେ ହିମାଂଶୁ ସିଂ ଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଦତ୍ତ ସ୍ବର୍ଗତ କିରଣ ଚନ୍ଦ୍ର ସିଂହ ଦେଓ ସ୍ମୃତି ସମ୍ମାନ ସମ୍ମାନୀତ କରାଯାଇଥିଲା। କେନ୍ଦ୍ରୀୟ ଲୋକସେବା ଆୟୋଗ ରେ ମାନ୍ୟତା ହାସଲ କରିଥିବା ଦୁଇ ଜଣ ପ୍ରତିଯୋଗୀ ପାର୍ଥନା ପ୍ରତୀକ୍ଷା ପ୍ରଧାନ ୬୭୦ ରେଂକ୍ ଓ ସିଦ୍ଧାନ୍ତ ବେସ୍ରା ୮୮୭ ରେଙ୍କ୍ ତଥା ଭାରତୀୟ ବନ ସେବା ରେ ସିଦ୍ଧାର୍ଥ ଜୈନ ୯୧ ରେଙ୍କ ଙ୍କୁ ବାଳ ଗୋପାଳ ସେବା ନିକେତନ ପ୍ରଦତ୍ତ ଟ୍ରଫି ପ୍ରଦାନ କରାଯାଇଥିଲା।ବି ଏସ ଇ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷା ଓଡ଼ିଆରେ ସର୍ବୋଚ୍ଚ ମାର୍କ ରଖିଥିବା ଅଦ୍ଵୈତ ପଣ୍ଡା,ପ୍ରିୟଦର୍ଶିନୀ ନାଏକ,ରିନୁ ଭୋଇ,ପ୍ରିୟଙ୍କା ପାଣିଗ୍ରାହୀ, ପଲ୍ଲବୀ ରଣା ଙ୍କୁ ସୁପର ଗ୍ୟାସ ପ୍ରଦତ୍ତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ପ୍ୟାରେଡ଼ ପଡ଼ିଆରେ ପ୍ୟାରେଡ୍ ମାର୍ଚ୍ଚର ସଂଚାଳନ ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ ମୁଣ୍ଡ କରିଥିଲେ। ପ୍ୟାରେଡ ବିଚାରକ ରୂପେ ଶ୍ରୀ ଦୂର୍ଗା ପ୍ରସାଦ ମିଶ୍ର,ଶ୍ରୀ ମଦନ ସିଂହ,ସି ଆର୍ ପି ଏଫ୍,ଶ୍ରୀ ସନ୍ତୋଷ ବିଶ୍ଵାଳ ଯୋଗ ଦେଇଥିଲେ।ପ୍ୟାରେଡ ପଡିଆ କାର୍ଯ୍ୟକ୍ରମପରେ ମୁଖ୍ୟ ଅତିଥି କର୍ମଚାରୀ ଭବନ ରେ ଅନୁଷ୍ଠିତ ରକ୍ତଦାନ ଶିବିର ର ଉଦ୍ଘାଟନ,ମୁଖ୍ୟ ଡାକ୍ତରଖାନା ର ଜେନେରାଲ ୱାର୍ଡ,ଶିଶୁ ୱାର୍ଡ,ଜିଲ୍ଲା କାରାଗାର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଅପରାହ୍ନ ୪.୦୦ ଘ ସମୟରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ରେ ଜିଲ୍ଲାପାଳ ଏକାଦଶ ଓ ଜିଲ୍ଲା ସାମ୍ବାଦିକ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଜିଲ୍ଲାପାଳ ଏକାଦଶ ୨-୧ ରେ ବିଜୟୀ ହୋଇଥିଲା। ସେଭଳି ଟାଉନ୍ ହଲ୍ ଠାରେ ସଂଧ୍ୟା ୬.୦୦ ଘ ସମୟରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ ୭.୮.୨୦୨୩ ରେ ଅନୁଷ୍ଠିତ ସ୍କୁଲ ଓ କଲେଜ ସ୍ତର ପ୍ରବନ୍ଧ, ବକ୍ତୃତା,ଚିତ୍ରାଙ୍କନ,ସଙ୍ଗୀତ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ।ସନ୍ଧ୍ୟା କାର୍ଯ୍ୟକ୍ରମରେ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ ୱାନ୍ ଏବଂ ତ୍ରିଲୋଚନ ପାତ୍ର,ପୌର ପରିଷଦ ଅଧ୍ୟକ୍ଷ ସଂଯୁକ୍ତା ବେହେରା ,ଉପ ଜିଲ୍ଲାପାଳ, ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ପ୍ରମୁଖ ଯୋଗ ଦେଇଥିଲେ।ପ୍ୟାରେଡ୍ ଗ୍ରାଉଣ୍ଡ ଓ ଟାଉନ୍ ହଲର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚ ସଞ୍ଚାଳନ ଡ ଉମେଶ ଚନ୍ଦ୍ର ଶତପଥୀ କରିଥିଲେ। ପ୍ୟାରେଡ୍ ଗ୍ରାଉଣ୍ଡ ର ପୁରସ୍କାର ବିତରଣ ରେ ଶିକ୍ଷକ ରବି କାନୁନଗୋ, ଶୁଭେନ୍ଦୁ ଶେଖର ବେହେରା ,ସଞ୍ଜୟ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।।ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ୨୩ ଟି ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିଥିଲେ ।ପଡିଆ କାର୍ଯ୍ୟକ୍ରମ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ ଏବଂ ଶ୍ରୀ ସନ୍ତୋଷ ପାତ୍ର ଅତିଥି ଭାବେ ଯୋଗ ଦେଇ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପ୍ରଦତ୍ତ ଫଳ ଓ ମିଷ୍ଟାନ୍ନ ବଣ୍ଟନ ରେଡକ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ ,ରୋଟାରୀ କ୍ଲବ ପ୍ରଦତ୍ତ ଫଳ ଓ ମିଷ୍ଟାନ୍ନ ନେହେରୁ ସେବା ସଙ୍ଘ ର ଛାତ୍ର ଛାତ୍ରୀ ଙ୍କୁ ବଣ୍ଟନ କରିଥିଲେ ।ସେଭଳି ଆର୍ ଡବ୍ଲୁ ଏସ ଏସ ବିଭାଗ ପ୍ରଦତ୍ତ ଫଳ ଓ ମିଷ୍ଟାନ୍ନ ପର୍ଯ୍ୟବେକ୍ଷଣ ଗୃହ ର ଅନ୍ତେବାସୀ ମାନଙ୍କୁ ବଣ୍ଟନ କରିଥିଲେ।ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ସେବା ଅନୁଷ୍ଠାନ ଦ୍ଵାରା ଡାକ୍ତରଖାନା ଜେନେରାଲ ୱାର୍ଡ ଏବଂ ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ଦ୍ଵାରା ଶିଶୁ ୱାର୍ଡ ଅନ୍ତରୋଗୀ ମାନଙ୍କୁ ଫଳ ବଣ୍ଟନ ମୁଖ୍ୟ ଅତିଥିଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବନବିଭାଗ ତରଫରୁ ପ୍ରାଣୀ ଚିକିତ୍ସା ଶିବିର

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସାଧବ ବୋହୂ

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ଦ୍ବିତୀୟ ସଚେତନତା ସମାବେଶ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort