ଥୁଆମୂଳ ରାମପୁର:୩୧/୦୮ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସିନ୍ଧିପଦର ପଞ୍ଚାୟତ ଅଧିନରେ ଥିବା ଟେଭାକଲମ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ଟଙ୍କା ହଡପ ଘଟଣା କୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଛନ୍ତି, ଅଭିଯୋଗ ଅନୁସାରେ ଜଣାପଡିଛି ଯେ ସିନ୍ଧିପଦର ପଞ୍ଚାୟତ ରେ ଥିବା ଟିଟ୍ରିପଡା ଗ୍ରାମର ସୁରେନ୍ଦ୍ର ନାଏକ ଓ ବିଜୟ ନାଏକ ନାମକ ବ୍ଯକ୍ତି ଦୁହେଁ ମିଶି ଏହି ମହିଳା ମାନଙ୍କୁ କହିଲେ ଯେ ତୁମମାନଙ୍କୁ ଋଣ କରାଇଦେବୁ, ତେଣୁ ତୁମମାନଙ୍କର ବ୍ଯାଙ୍କ ପାସବୁକ୍, ଅଧାରକାର୍ଡ, ପାସପୋର୍ଟ ଫଟୋ, ଭୋର୍ଟର ଫଟୋ ଦିଅ କହି ସେମାନଙ୍କ ଠାରୁ ନେଇଗଲେ, ଏଭିଳି ଭାବର ୯ ଜଣ ମହିଳାଙ୍କ କାଗଜପତ୍ର ସଂଗ୍ରହ କରି ଦୁଇଜଣ ବ୍ଯକ୍ତି କାଣିଗୁମା ସ୍ଥିତ ଇସାଫ ଫାଇନାସ ବ୍ଯାଙ୍କ ଠାରେ ୯ ଜଣ ମହିଳାଙ୍କ ନାମରେ ଜଣପିଛି ୩୦ ହଜାର ଟଙ୍କା ହିସାବରେ ଦୁଇ ଲକ୍ଷ ସତୁରୀ ହଜାର ଟଙ୍କା ଋଣ ମଞ୍ଜୁର କରାଇ ଟଙ୍କା କୁ ହଡପ କରିଥିବା ଘଟଣା ଜଣାପଡିଛି। ସେହିଭଳି ଉକ୍ତ ଦୁଇ ଜଣବ୍ଯକ୍ତି ପୁଣି ଜୟପାଟଣା ଅର୍ଣ୍ଣପୂର୍ଣ୍ଣା ଠାରୁ ୫ ଜଣଙ୍କ ନାମରେ ଋଣ କରାଇ ଜଣ ପିଛା ୪୦ ହଜାର ଟଙ୍କା ହିସାବରେ ଦୁଇ ଲକ୍ଷ ଟଙ୍କା ଓ ଟିକିରୀ ରୁ ମଧ୍ୟ ଋଣ କରାଇ ଦେବା ନାଁରେ ବ୍ଯାଙ୍କ ପାସବୁକ୍ ନେଇ ଦୁଇ ଜଣଙ୍କ ନାଁରେ ୫୦ ହଜାର ଟଙ୍କା ଋଣ କରାଇ ହଡପ୍ କରିଥିବା ଭଳି ଘଟଣା କୁ ନେଇ ଅଭିଯୋଗ କାରୀମାନେ ଥାନାର ଦ୍ବାରସ୍ଥ ହୋଇଥିବା ସୂଚନା ରୁ ଜଣାପଡିଛି। ଏନେଇ ଠକାମୀର ଶିକାର ହୋଇଥିବା ମହିଳା ମାନଙ୍କୁ ଫୁଲମତୀ ମାଝୀ ସାଙ୍ଗରେ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ତେବେ ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୋଗ କାରୀ ମାନେ ନ୍ଯାୟ ପାଇବା ଆଶାରେ ଆଶାବାଦୀ ରହିଥିବା ସେମାନେ ପ୍ରକାଶ କରିଛନ୍ତି।