ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବଳ୍ପ ବୃଷ୍ଟିପାତ ହେତୁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ସର୍ବନିମ୍ନ ସ୍ତରରେ , ଇନ୍ଦ୍ରାବତୀ ଜଳସେଚନ ନେଇ ଜରୁରୀ ବୈଠକ

ଜଳସେଚନ ଆବଶ୍ୟକତାକୁ ନଜରରେ ରଖି ସେହି ଅନୁସାରେ ବିଦ୍ୟୁତ୍ ଉତ୍ପାଦନକୁ ମଧ୍ୟ ୩୦୦ମେଗାଓ୍ବାଟରେ ରଖାଯାଇଥିବା ସୂଚନା….

କଳାହାଣ୍ଡି ଜିଲ୍ଲା ରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ହେତୁ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳ ସଂରକ୍ଷଣ ଦୃଷ୍ଟିରୁ ସର୍ବକାଳୀନ ରେକର୍ଡ ଭାଙ୍ଗି ଅଗଷ୍ଟ ୩୧ ସୁଦ୍ଧା ସର୍ବନିମ୍ନ ସ୍ତରକୁ ଖସି ସାରିଥିବା ଜଣାପଡ଼ିଛି।ଏଭଳି ସ୍ଥିତିରେ ଖରିଫ ଜଳସେଚନ ଓ ଆଗାମୀ ରବି ପାଇଁ କିଛି ପରିମାଣରେ ଜଳ ସଞ୍ଚୟ କରି ରଖିବା ପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଇନ୍ଦ୍ରାବତୀ ଶକ୍ତି ଗୃହ ସଭାକକ୍ଷରେ ଜରୁରୀକାଳୀନ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ଇନ୍ଦ୍ରାବତୀ ଜଳସ୍ତରକୁ ନଜରରେ ରଖି ବର୍ତ୍ତମାନ ସ୍ଥିତିରେ ଜଳସେଚନ ପାଇଁ ୧୨୦ କ୍ୟୁମାକ୍ସ ପାଣିର ଆବଶ୍ୟକତା ପଡୁଥିବା ବେଳେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମକୁ ୩୦୦ ମେଗାୱାଟ ବିଜୁଳି ଉତ୍ପାଦନର ଲକ୍ଷ୍ୟ ରଖିବା ପାଇଁ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଇନ୍ଦ୍ରାବତୀ ଜଳ ଭଣ୍ଡାର ଗତ ଅଗଷ୍ଟ ୩୧ ସୁଦ୍ଧା ୬୩୧.୪୯ ମିଟର ରହି ସର୍ବକାଳୀନ ରେକର୍ଡ ଭାଙ୍ଗିଥିବା ସୂଚନା ଦିଆଯାଇଛି। ପୁଣି ସେପ୍ଟେମ୍ବର ମାସର ପ୍ରାରମ୍ଭିକ ସପ୍ତାହରେ ମଧ୍ୟ ବର୍ଷା ନଥିବାରୁ ଜଳସ୍ତରରେ କୌଣସି ପରିବର୍ତ୍ତନ ନହୋଇ ମଙ୍ଗଳବାର ସୁଦ୍ଧା ୬୩୧.୪୮ମିଟର ରେ ରହିଥିବା ଜଣାପଡ଼ିଛି। ଇନ୍ଦ୍ରାବତୀର ସର୍ବୋଚ୍ଚ ସୀମା ୬୪୨ ମିଟର ରହିଥିବା ବେଳେ ଅଦ୍ୟାବଧି ଜଳଭଣ୍ଡାରରେ ମାତ୍ର ୩୦.୧୭୮ପ୍ରତିଶତ ଜଳ ସଂରକ୍ଷିତ ରହିଥିବା ସୂଚନା ମିଳିଛି। ଏବେ ବାମ ମୁଖ୍ୟ କେନାଲରେ ସର୍ବାଧିକ ୫୦.୪୧, ଦକ୍ଷିଣ ମୁଖ୍ୟ କେନାଲରେ ହାରାହାରି ୨୧.୭୯ ଓ ଉଠା ଜଳସେଚନ କେନାଲରେ ୨୨.୫୦ କ୍ୟୁମାକ୍ସ ଜଳ ସେଚନ କରାଯାଉଥିବା ବିଭାଗ ସୂତ୍ରରୁ ପ୍ରକାଶ। ସେପ୍ଟେମ୍ବର ମାସର ସେଚନ ଆବଶ୍ୟକତାକୁ ନଜରରେ ରଖି ସେହି ଅନୁସାରେ ବିଦ୍ୟୁତ୍ ଉତ୍ପାଦନକୁ ମଧ୍ୟ ୩୦୦ମେଗାଓ୍ବାଟରେ ରଖାଯାଇଥିବା ସୂଚନା ମିଳିଛି। ଗତ ୨୯ ତାରିଖରେ ଇନ୍ଦ୍ରାବତୀ ଶକ୍ତିଗୃହରେ ଆୟୋଜିତ ଜରୁରୀକାଳୀନ ସମନ୍ଵୟ ବୈଠକରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ ପାଣିଗ୍ରାହୀ, ଅଧୀକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ଅଧୀକ୍ଷଣ ଯନ୍ତ୍ରୀ ତୃପ ପାତ୍ର, ଓଏଚପିସି ମହାପ୍ରବନ୍ଧକ ଜୋହର ପାତ୍ର,ବିନୟ ପ୍ରଧାନ, ରଘୁନାଥ ମୁଣ୍ଡା, ଅକ୍ଷୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ,ଅତୀତରେ ଭୋକର ଭୂଗୋଳ ବୋଲି କୁହା ଯାଉଥିବା କଳାହାଣ୍ଡି, ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଯୋଗୁଁ ଶସ୍ୟ ଶ୍ୟାମଳା ହୋଇ ପାରିଛି।ଧାନ ଉତ୍ପାଦନରେ କଳାହାଣ୍ଡି ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ରେ ରହିଛି। ଉପର ଇନ୍ଦ୍ରାବତୀ କେନାଲ ଓ ପାଇପ୍ ଯୋଗେ ଭୂତଳ ଶାଖା କେନାଲରେ କୋକସରା ବ୍ଲକର ୪୬ଟି ଗ୍ରାମରେ ହାରାହାରି ୧୨୪୯୪ ୭୫ ହେକ୍ଟର ଓ ଜୟପାଟଣା ବ୍ଲକର ୨୩ ଗୋଟି ଗ୍ରାମର ୭୬୪୭ ୭୪ ହେକ୍ଟର ଜମିରେ ଧାନ ଚାଷ ହୋଇ ପାରୁଛି।

କିନ୍ତୁ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ମରୁଡ଼ି ଦେଖାଦେବା ଆଶଙ୍କା ପ୍ରକାଶ ପାଇଛି। ବିଗତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷ ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗାଲିଫ୍ଟ କେନାଲରୁ କଳାହାଣ୍ଡି ଜିଲ୍ଲାର ୪୮୦ଟି  ଗାଁର ୧ ଲକ୍ଷ ୧୭ ହଜାର ୯୬ ହେକ୍ଟର  ଚାଷଜମିକୁ ଜଳସେଚନ ପାଇଁ ଲକ୍ଷ୍ୟଧାର୍ଯ୍ୟ  ରହିଛି। ଆଗାମୀ ଦିନରେ ଆଶାନୁରୂପ  ବର୍ଷା ନହେଲେ ଅଣ ଜଳସେଚିତ ଅଞ୍ଚଳ ସହ  ଜଳସେଚିତ ଅଞ୍ଚଳରେ ମଧ୍ୟ ମରୁଡ଼ି ସ୍ଥିତି ଦେଖା ଦେବା ଆଶଙ୍କା ସୃଷ୍ଟି ହୋଇଛି।

୨୦ ବର୍ଷ ମଧ୍ୟରେ ଜଳସ୍ତର ୧୧ଥର ସର୍ବୋଚ୍ଚ ସୀମାକୁ ଅତିକ୍ରମ କରିଥିବାବେଳେ ଅନ୍ୟାନ୍ୟ ବର୍ଷ ଗୁଡ଼ିକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜଳପତ୍ତନ ସର୍ବୋଚ୍ଚ ସୀମାରୁ କମ ରହିଥିଲା। ଚଳିତ ବର୍ଷ ସର୍ବକାଳୀନ ରେକର୍ଡ ଭାଙ୍ଗି ଅଗଷ୍ଟ ୩୧ ସୁଦ୍ଧା ୬୩୧.୪୯ମି ଅର୍ଥାତ ୩୦.୨୩ ପ୍ରତିଶତରେ ରହିଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

ତେବେ, ନିଅଣ୍ଟିଆ ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖ୍ ଇନ୍ଦ୍ରାବତୀ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପର୍ଯ୍ୟାୟ କ୍ରମେ ଇନ୍ଦ୍ରାବତୀ ବାମ, ଦକ୍ଷିଣ କେନାଲରେ ମାପିଚୁପି ଜଳସେଚନ କରାଯିବା ନେଇ ସୂଚନା ସୂଚନା ଦିଆଯାଇଛି।ଏଥିପାଇଁ ଚାଷୀଙ୍କୁ ଜଳ ପରିଚାଳନାରେ  ସହଯୋଗ କରିବାକୁ ନିବେଦନ କରାଯାଇଛି ଏବଂ ସେପ୍ଟେମ୍ବର ମାସର ଜଳସେଚନ ଆବଶ୍ୟକତାକୁ ନଜରରେ ରଖି ସେହି ଅନୁସାରେ ବିଦ୍ୟୁତ୍ ଉତ୍ପାଦନକୁ ମଧ୍ୟ ୩୦୦ମେଗାଓ୍ବାଟରେ ରଖାଯାଇଥିବା ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

Sunil Chandra Nayak

ଜୁନାପାଣି ଗ୍ରାମରେ ଦଶହରା ବଜାର 

masiha

ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort