ନର୍ଲା (ମ.ପ୍ର) କେନ୍ଦ୍ରସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଗତିପାଇଁ ଅନେକ ଯୋଜନା କରୁଛନ୍ତି। ସ୍ୱାସ୍ଥ୍ୟସେବା କେମିତି ସାଧାରଣ ଲୋକଙ୍କ ପାଖକୁ ପହଂଚିବ ତାକୁ ଦୃଷ୍ଟିରେ ରଖି ଉପାନ୍ତ ଅଂଚଳରେ ଯକ୍ଷ୍ମା ରୋଗୀଙ୍କ କଫ ପରୀକ୍ଷା ପାଇଁ ଡ୍ରୋନ ଯୋଗେ ସେବାପ୍ରଦାନ କରିବା ଓଡ଼ିଶାରେ ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଠାରେ ଶୁଭାରମ୍ଭ କରାଯାଇଥିଲା। ଏହା ପରେ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ସଂଗ୍ରହ କରାଯାଇଥିବା ୧୮ଗୋଟି ସାମ୍ପୁଲକୁ ନର୍ଲା ହାଇସ୍କୁଲ ପଡିଆରୁ ଡ୍ରୋନ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନିଆଯାଇଥିଲା।ବର୍ତ୍ତମାନ ମୁଖ୍ୟତଃ ଯକ୍ଷ୍ମା ରୋଗୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଗାମୀ ଦିନରେ ଭାରତର ୧୮୨ ଆଦିବାସୀ ବହୁଳ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଏହି ଡ୍ରୋନ ସେବା ସହାୟକ ହେବ ବୋଲି କତୃପକ୍ଷ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ଓ ଓଡ଼ିଶା ରେଜିଓନାଲ ହେଡ ଦେବାଶିଷ ସିହ୍ନା, ଟେକ୍ନିସିଆନ ରୂପେଷ ସିଂ ,ସୋନାଲି ଭଟ୍ଟଙ୍କ ଦ୍ଵାରା ଏହାର ଶୁଭାରମ୍ଭ ହୋଇଥିଲା। ଏଥିରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।