ବ୍ଲକ ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର
ଡାବୁଗାଁ, ୨୫/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି | ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଥି ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ସଂସାଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁରାଓ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲା ସଂସ୍କୃତି ଅଧିକାରୀ ଘାସିରାମ ସୁନା ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ପ୍ରଶିକ୍ଷକ ଭାବେ ରାଜ୍ୟ ସଂଯୋଜକ ଗୁପ୍ତେଶ୍ଵର ପାଣିଗ୍ରାହୀ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ନାଟକ ଓ ନୃତ୍ୟ ଗୀତ ମାଧ୍ୟମରେ କିପରି ଲୋକମାନଙ୍କୁ ସଚେତନ କରାଯିବ ସେନେଇ ସଂସାଧନ ସଭ୍ୟ ମାନଙ୍କୁ ତାଲିମ ଦେଇଥିଲେ | ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ନାଟ୍ୟ କଳା ପରିଷଦ ଜିଲା ସଭାପତି କାର୍ତ୍ତିକ ଭତ୍ରା ଙ୍କ ର ସୋନୁ ମାଝି ଢେମସା ନୃତ୍ୟ, ବିଚିତ୍ର ହରିଜନଙ୍କ ମାଁ ଦୁଲ୍ଲାରଦେଇ ସଂଘର ଦେଶିଆ ନାଟର ଡେମୋ ପରିବେଷଣ କରାଯାଇଥିଲା | ଏଥିରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ ଓ ବ୍ଲକ ରେ ଥିବା ସମସ୍ତ ସଂସାଧନ ସଭ୍ୟମାନେ ଉପସ୍ଥିତ ଥିଲେ | ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |