ସୃଜନୀ ପକ୍ଷରୁ ନେସନ୍ ବିଲଦର୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ମହିଳା ସଶକ୍ତିକରଣ ଓ ଯୁବ ବିକାଶ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ‘ସୃଜନୀ ‘ ର ପ୍ରତିଷ୍ଠାତା ବନ୍ଦିତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରୋଟାରୀ କ୍ଲବ ବ୍ରହ୍ମପୁର ଆନୁକୁଲ୍ୟରେ ଆୟୋଜିତ ନେସନ୍ ବିଲଡର ଆୱାର୍ଡ଼ କାର୍ଯ୍ୟକ୍ରମ ରେ ଶିକ୍ଷାକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ଗୁରୁ ଶିଷ୍ୟ ମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ୍ ସେଠୀ ସମେତ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଦେବୀ ପ୍ରସାଦ ଯୋଗଦେଇ ରାଷ୍ଟ୍ର ଗଠନରେ ଶିକ୍ଷକ ମାନଂକ ଭୂମିକା ଉପରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମ ର ଆୟୋଜକ ଓ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l