ହଳଦୀ ଭାଟି ଛକ ନିକଟରେ କାର୍ ଧକ୍କାରେ ବାଇକ ଆରୋହୀ ଙ୍କ ମୃତ :କ୍ଷତିପୂରଣ ଦାବୀ ନେଇ ହଳଦୀ ତେଲ ନଦୀ ଠାରେ ରାସ୍ତାରୋକ ଆନ୍ଦୋଳନ
ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଖମାରହଳଦୀ ଭାଟି ଛକ ନିକଟରେ ଗତକାଲି 10 ଟା ସମୟରେ ଧର୍ମଗଡ ସିନାପାଲି ବିଜୁ ଏକ୍ସପ୍ରେସ 4 ୱେ ରାସ୍ତା ରେ ଓଡି 03 ୱାଇ 8468 ନାମକ କାର 08 ଏଫ 5641 ନାମକ ହିରୋ ପେଶନ ପ୍ଲସ ଗାଡିକୁ ପଛ ପଟୁ ଧକ୍କା ଦେବାରୁ ଦର୍ଲିପଡା ଗ୍ରାମର ବାଇକ ଚାଳକ ରାଜମନ ମାଝୀ ଚିଟିକି ପଡିଥିଲେ ସ୍ଥାନୀୟ ଲୋକେ ଉଦ୍ଧାର କରି ଧର୍ମଗଡ ଡାକ୍ତରରେ ଭର୍ତ୍ତି କରିଥିଲେ ଅଧିକ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରେ ୱାଲଟିଅର ହସ୍ପିଟାଲ ନେଉଥିବା ବେଳେ ବିଳମ୍ବିତ ରାତ୍ରିରେ କୋକସରା ରାସ୍ତାରେ ହିଁ ତାଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି କ୍ଷତିପୂରଣ ଦାବିରେ ଖମାର ହଳଦୀ ବ୍ରିଜ଼ ଠାରେ ଶବ ରଖି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି ପରିବାର ଲୋକେ. ଏହି ଆନ୍ଦୋଳନକୁ କଂଗ୍ରେସ ନେତା ସାଉଲ ମଙ୍ଗରାଜ ନେତୃତ୍ୱ ନେଉଥିବା ବେଳେ ବୀରେନ୍ଦ୍ର ମାଝୀ, ଶ୍ୟାମ ସୁନ୍ଦର ମାଝୀ, ଭୀମ ମାଝୀ, ଅନିଲ ମଲ୍ଲିକ ସମେତ ପରିବାର ବର୍ଗ ଆନ୍ଦୋଳନ ରେ ସାମିଲ ଅଛନ୍ତି. ଘଟଣା ସ୍ଥଳକୁ ଗୋଲାମୁଣ୍ଡା ତହସିଲଦାର ଓ ଥାନା ଅଧିକାର ଆସି ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଛି.ଆନ୍ଦୋଳନ ଫଳରେ ଦୁଇ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି।