୨୩ ଦିନରେ ପହଞ୍ଚିଲା ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା
ସମର୍ଥନରେ ବସିଲେ ଜୁନାଗଡ ବ୍ରାହ୍ମଣ ସମାଜ
ଜୁନାଗଡ଼ ୦୧/୧୦(ମ ନ ସ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା ଆଜି ୨୩ ଦିନରେ ପହଞ୍ଚିଛି । ଆଜି ଜୁନାଗଡ଼ ବ୍ଲକ ବ୍ରାହ୍ମଣ ସମାଜ ସମର୍ଥନ ଦେଇଏହି ଧାରଣାରେ ସାମିଲ ହୋଇଥିଲେ । ଜୁନାଗଡ଼ ହେଉଛି କଳାହାଣ୍ଡି ଜିଲ୍ଲାର ପୁରୁଣା ରାଜଧାନୀ , ବର୍ତ୍ତମାନ ଜୁନାଗଡ଼ ଜିଲ୍ଲା ଦାବୀ ଏକ ନ୍ୟାୟ ସଂଯୁକ୍ତ ଦାବୀ ଅଟେ । ଜୁନାଗଡ଼ ହେଉଛି ଐତିହାସିକ ସହର, ନାଗବଂଶୀ ରାଜାଙ୍କ ସମୟରେ ଥିଲା ରାଜଧାନୀ । ତେଣୁ ଯିଏ ଯେଉଁ ଦଳରେ ରହୁନା କାହିଁକି ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ପାଇଁ ଆମକୁ ଦଳମତ ନିର୍ବିଶେଷରେ ଏକ ଜୁଟ ହୋଇ ଗୋଟିଏ ସ୍ୱର ହେବାକୁ ପଡ଼ିବ । ୮୦ ଦଶକରେ ଅବିଭକ୍ତ କଳାହାଣ୍ଡିକୁ ଭୋକର ଭୋଗଳ ବୋଲି ଚିତ୍ରଣ କରାଯାଉଥିଲା । କିନ୍ତୁ ଆଜି ମାଁ ଇନ୍ଦ୍ରାବତୀଙ୍କ କୃପାରୁ ଭୋକର ଭୂଗୋଳ ଏବେ ସବୁଜ ସଫଳରେ ପରିଣତ ହୋଇଛି । ଏବଂ ଏହା ଜୁନାଗଡ଼ ପାଇଁ ହିଁ ସଫଳ ହୋଇଛି । ବର୍ତ୍ତମାନ ଧାନ ଉତ୍ପାଦନରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ବ୍ଲକ ଭାବେ ଜୁନାଗଡ଼ ଉଭା ହୋଇଛି । ଏବେବି ଆମ ଚିରସ୍ରୋତା ହାତୀନଦୀ ମାଁ ଗଙ୍ଗା ଭାବେ ଉଭା ହୋଇ ଜୁନାଗଡ଼ ସହିତ ଭବାନୀପାଟଣାବାସୀଙ୍କ ମଧ୍ୟ ଜୀବନ ବଞ୍ଚାଉଛି । ଜୁନାଗଡ଼ ସବୁକ୍ଷେତ୍ରରେ କଳାହାଣ୍ଡିର ଭାଗ୍ୟକୁ ପରିବର୍ତ୍ତନ କରୁଛି ଏବଂ ଜୁନାଗଡ଼ ପାଇଁ ହିଁ କଳାହାଣ୍ଡି ନିଜନାମକୁ ସ୍ୱର୍ଣ୍ଣିମ ଅକ୍ଷରେ ଲିପିବଦ୍ଧ କରିପାରିଛି । ତେଣୁ ରାଜ୍ୟ ସରକାର ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦିଅନ୍ତୁ । ଯେତେଦିନ ପର୍ଯ୍ୟନ୍ତ ସରକାର ଜୁନାଗଡ଼କୁ ନିଜର ପରିଚୟ ନ ଫେରାଇଛନ୍ତି ସେତେଦିନ ପର୍ଯ୍ୟନ୍ତ କ୍ରିୟାନୁଷ୍ଠାନ କମିଟି ସପକ୍ଷ ରେ ଜୁନାଗଡ ବ୍ରାହ୍ମଣ ସମାଜ ଏହି ଜନ ଆନ୍ଦୋଳନ ରେ ସାମିଲ ରହିବ ବୋଲି ସମାଜ ର ସମ୍ପାଦକ ପ୍ରଭାତ ଦାସ ଚେତାବନୀ ଦେଇଛନ୍ତି। ଏହି ସଭା ରେ ପ୍ରଭାତ କୁମାର ଦାସ ସଭାପତିତ୍ବ କରିଥିଲେ ଏବଂ କ୍ରିୟାନୁଷ୍ଠାନ କମିଟି ଆବାହକ ହିମାଂଶୁ ବରାଡ, ବ୍ରାହ୍ମଣ ସମାଜ ସଭାପତି ଶାନ୍ତନୁ ଯୋଷୀ, ଦିନେଶ ଶର୍ମା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହି, କୋଷାଧ୍ୟକ୍ଷ କୁବ୍ଲେଶ୍ୱର ପାଣିଗ୍ରାହି, ଉପଦେଷ୍ଟା ପ୍ରମୋଦ ବେହେରା, ଅନିଲ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ।