ସିକିମ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ
କାମାକ୍ଷାନଗର(ମନିସ )5/10/23 // କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘୀ ପଞ୍ଚାୟତର କେନ୍ଦୁଢିପ ଗ୍ରାମର ସରୋଜ ଦାସ ସେନାବାହିନୀରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ l ସିକିମ ବନ୍ୟାରେ ୨୩ ଜଣ ଯବାନ ନିଖୋଜ ଥିବା ବେଳେ ସେଥିରେ ସରୋଜ ନିଖୋଜ ଥିବାର ଜଣାଯାଇଛି l କେନ୍ଦୁଢିପ ଗ୍ରାମର ରାମଚନ୍ଦ୍ର ଦାସଙ୍କ ସାନ ପୁଅ ସରୋଜ ଗତ କିଛିବର୍ଷ ହେଲା ସେନାବାହିନୀରେ ଯୋଗ ଦେଇ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ l ଗତ ୬ ମାସ ତଳେ ସରୋଜ ବିବାହ କରିଛନ୍ତି l ଏ ପର୍ଯ୍ୟନ୍ତ ସରୋଜ ଙ୍କର କୋଣସି ଖବର ମିଳି ନଥିବାରୁ ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି l