୧୧ ଦିନରେ ଫୁଟବଲ ମହାକୁମ୍ଭ
କେସିଏସଏ ରେଡ ,ଖଡ଼ିଆଳ,ମଖାପଦର, ଚଟିଆଗୁଡା ବିଜୟୀ
ଖଡ଼ିଆଳ,୦୫.୧୦.(ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଚାଲିଥିବା ଓଡିଶା ର ସର୍ବ ବୃହତ ଫୁଟବଲ ଟୁର୍ନାମେଣ୍ଟ ଖଡ଼ିଆଳ ଫୁଟବଲ ମହାକୁମ୍ଭ ୨୦୨୩ ଗୁରୁବାର ୧୧ ଦିନରେ ପହଁଚିଛି l ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ଉଦ୍ୟମ ସହ ଖଡ଼ିଆଳ କ୍ରିକେଟ ଏଣ୍ଡ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ରେ ଆୟୋଜିତ ଫୁଟବଲ ମହାକୁମ୍ଭ ୨୦୨୩ ଖଡ଼ିଆଲ ନିର୍ବାଚନ ମଣ୍ଡଳୀ ଆନ୍ତର୍ଗତ ଖଡ଼ିଆଳ ଏନଏସି ର ଦୁଇ ଗୋଟି ଟିମ ସମେତ ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲି ବ୍ଲକ ର ୬୮ ଗୋଟି ପଂଚାୟତ ଏହିପରି ମୋଟ ୭୦ ଗୋଟି ଟିମ ଭାଗ ନେଇଛନ୍ତି l ଏବଂ ଗତ ସେପ୍ଟେମ୍ବର ୨୫ ତାରିଖ ଠାରୁ ପ୍ଲଡ଼ଲାଇଟ ଜରିଆ ରେ ମ୍ୟାଚ ଗୁଡିକ ଖେଳା ଯାଉଥିବା ବେଳେ ଗୁରୁବାର ଚାରି ଗୋଟି ଖେଳ ହୋଇଥିଲା l ଗୁରୁବାର ପ୍ରଥମ ମ୍ୟାଚ କେସିଏସଏ ରେଡ ଖଡ଼ିଆଳ ଏବଂ ସିନାପାଲି ବ୍ଲକ ର ଘାଟମାଲ ମଧ୍ୟ ରେ ହୋଇଥିଲା ଏଥିରେ କେସିଏସଏ ରେଡ ଦଳ ୬-୦ ଗୋଲ ବ୍ୟବଧାନ ରେ ବିଜୟୀ ହୋଇଥିଲା l ଦ୍ଵିତୀୟ ମ୍ୟାଚ ଖଡ଼ିଆଳ ବ୍ଲକ ର ଭୁଲିଆସିକୁଆଁ ଏବଂ ସିନାପାଲି ବ୍ଲକ ର ମଖାପଦର ମଧ୍ୟରେ ହୋଇଥିଲା l ଏଥିରେ ମଖାପଦର ଦଳ ୧-୦ ଗୋଲ ରେ ବିଜୟୀ ହୋଇଥିଲା l ତୃତୀୟ ମ୍ୟାଚ ସିନାପାଲି ବ୍ଲକ ର ଚଟିଆ ଗୁଡା ଏବଂ ବୋଡେ଼ନ ବ୍ଲକ ଡମଝର ମଧ୍ୟ ରେ ହୋଇଥିଲା ଉକ୍ତ ଖେଳ ରେ ଆରମ୍ଭ ରୁ ଚଟିଆଗୁଡା ଦଳ ଆକ୍ରମଣ ଜାରି ନିର୍ଦ୍ଧାରିତ ସମୟ ମଧ୍ୟରେ ୫-୦ ଗୋଲ ବ୍ୟବଧାନ ରେ ବିଜୟୀ ହୋଇ ଥିଲା ସେହିପରି ଚତୁର୍ଥ ମ୍ୟାଚ ଖଡ଼ିଆଳ ବ୍ଲକ ର ଅରେଡ଼ା ଏବଂ ଫରସରା ମଧ୍ୟ ରେ ହୋଇଥିଲା lଗୁରୁବାର ଖେଳ ରେ ଖଡ଼ିଆଳ ଠିକାଦାର ସଂଘ ରୁ ବିଜୟ କୁମାର ବାବୁ, ସୁଶୀଲ କୁମାର ଖେମକା, ସାମ୍ବାଦିକ ମାୟାଧର ସରାଫ, କୁନୁ କରୁଆଁ, ପୂର୍ବତନ ଫୁଟବଲ ଖେଳାଳୀ ଧନୁର୍ଜ୍ୟ ମହାରଥା, ପରୀକ୍ଷିତ ଟାଇଗର କଲେଜ ର ଡ଼ାଇରେକ୍ଟର ତେଜରାଜ ବାଗ, ଖଡ଼ିଆଳ ବସ ମାଲିକ ସଂଘ ର ସଭାପତି ସୁଶାନ୍ତ ତାଣ୍ଡି, ସାମ୍ବାଦିକ ଆଦିତ୍ୟ ମହାନ୍ତି, ଯୋଗେଶ୍ୱର ସାଗରିଆ, ଖଡ଼ିଆଳ ମାର୍ଚେଣ୍ଟ ଆସୋସିଏସନ ର ସଭାପତି ଅରୁଣ ଗର୍ଗ, ସାମ୍ବାଦିକ ରବିକାନ୍ତ ଠେଲା ଏବଂ ସାମ୍ବାଦିକ ସନ୍ତୋଷ ଦଣ୍ଡସେନା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଡ଼କ୍ଟର ସରୋଜ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ତାପସ ପତି, ସୌରଭ ପଣ୍ଡା, ଅମୁଲ୍ୟ ବାରିକ, ସୁଶାନ୍ତ ସ୍ୱାଇଁ, ଦେବାଶିଷ ଯୋଶୀ, ସୁବାଷ ଯୋଶୀ, ତନ୍ମୟ ଭୁକ୍ତା, ଡୋଳାମନି ବଛା ପ୍ରମୁଖ ରେଫରୀ ଭାବରେ ଦାୟିତ୍ୱ ନିର୍ବାହ କରି ଖେଳ ପରିଚାଳନା କରିଥିଲେ l ଖଡ଼ିଆଳ କ୍ରିକେଟ ଏଣ୍ଡ ସ୍ପୋର୍ଟସ ଏସୋସିଏସନ ପକ୍ଷରୁ ଓରଗନାଇଜ ସେକ୍ରେଟାରୀ ଛବି ସାଗର, ସଂଯୋଜକ ଜିତେନ୍ଦ୍ର ପଟ୍ଟନାୟକ, ଫିରୋଜ ଖାନ, ଅକ୍ଷୟ ନନ୍ଦ, ବିନୋଦ ଦୁରିଆ, ତନ୍ମୟ ବାଗ ,ସତପାଳ ସିଂ ଛାବଡ଼ା, ସନ୍ତୁ ପଟ୍ଟନାୟକ ,ହୀରାଧର ମେହେର, ରୁପେଶ ଛତ୍ରିଆ,ସାନ ଜଗତ, ବଡ଼ଜଗତ, ଟୁନା ଦୁର୍ଗା,ପ୍ରମୁଖ ସହଯୋଗ କରିଥିଲେ l ଧନଞ୍ଜୟ ମଲ୍ଲିକ, ଅର୍ଜୁନ ଛତ୍ରିଆ, ଭୀମରାଜ ତାଣ୍ଡି ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ l