ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଗୋ’ଶାଳା ଏବଂ ବୁଲା ଜୀବଙ୍କ ସୁରକ୍ଷା ନିମନ୍ତେ କୃଷି ଭଵନରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଆଲୋଚନାଚକ୍ର “

“ଗୋ’ଶାଳା ଏବଂ ବୁଲା ଜୀବଙ୍କ ସୁରକ୍ଷା ନିମନ୍ତେ କୃଷି ଭଵନରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଆଲୋଚନାଚକ୍ର “

ତାଳଚେର (ଆର୍ତ୍ତତ୍ରାଣ ପାଣି ) :ତା 8/10 ରାଜ୍ୟ କୃଷି ଓ ପଶୁପାଳନ ବିଭାଗ ଦ୍ୱାରା ଭୁବନେଶ୍ୱରସ୍ଥିତ କୃଷି ଭଵନରେ ବୁଲା ଗୋରୁ ଗାଈ ଏବଂ ରାସ୍ତା ଉପରେ ପଡିଥିବା ଜୀବଙ୍କ ସୁରକ୍ଷା ଓ ଯତ୍ନ ନିମନ୍ତେ ବିଭାଗିୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧକ୍ଷତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା ରେଜେଷ୍ଟ୍ରିଭୁକ୍ତ ଗୋ’ଶାଳ ଏବଂ ପଶୁ ସହାୟତା କେନ୍ଦ୍ରର କର୍ମକର୍ତ୍ତା ତଥା କୃଷି ବିଭାଗ ର ମୁଖ୍ୟ ସଚିବ, ପ୍ରତେକ ଜିଲ୍ଲାରେ କାର୍ଯ୍ୟରତ ମୁଖ୍ୟ ପଶୁଚିକିତ୍ସକ ଏବଂ ପଶୁ ସହାୟକ ଉପସ୍ଥିତ ରହି ସରକାରଙ୍କ ଏହି ଯୋଜନାକୁ କିପରି ଲୋକାଭିମୁଖୀ କରି ନିରୀହ ଜୀବ ଜନ୍ତୁଙ୍କୁ ସୁରକ୍ଷା ଦେବା ସହିତ ଦୁର୍ଘଟଣାରେ ପୀଡିତ ପଶୁଙ୍କ ଉଦ୍ଧାର କରି ପୁନଃ ସୁସ୍ଥ କରି ଭଗବାନଙ୍କ ପ୍ରଦତ୍ତ ଜୀବନକୁ ସେମାନେ ମଧ୍ୟ ଉପଭୋଗ କରି ପାରିବେ ତା’ ଉପରେ ଗୁରୁତ୍ୱ ଦେବା ଆମର ସାମାଜିକ କର୍ତ୍ତବ୍ୟ ବୋଲି ମନ୍ତ୍ରୀ ମୋହଦୟ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ l ନବୀନ ସରକାରଙ୍କ ଜୀବେ ଦୟା ପ୍ରସଙ୍ଗ ଉପସ୍ଥାପନା କରି ନିମନ୍ତ୍ରିତ ପଶୁ ସେବକ, ଗୋ’ଶାଳା କତୃପକ୍ଷ, ଏବଂ ଯେଉଁମାନେ ଏହି ସମ୍ବେଦନଶୀଳ କାମ ନିସ୍ଵାର୍ଥର ସହ କରି ଆସୁଛନ୍ତି ମନ୍ତ୍ରୀ ମୋହଦୟ ସେମାନଙ୍କ ପ୍ରସ୍ତାବ ଓ ପରାମର୍ଶ ଲୋଡିଥିବା ଦେଖା ଯାଇଥିଲା l ଗୋ’ ଚାଲାଣ ଉପରେ ଶକ୍ତ ଆଇନ ଆଣିବାକୁ ଅନେକ ଗୋ’ ସେବକ ପ୍ରସ୍ତାବ ଦେବା ସହିତ ଏଥିରେ ପ୍ରଶାସନ ମାନେ ପୋଲିସ ସଂଶ୍ଳିଷ୍ଟ ରହୁଥିବା ଅଭିଯୋଗ କରିଥିଲେ ଏବଂ ମନ୍ତ୍ରୀ ମୋହଦୟଙ୍କୁ ସରକାରଙ୍କ ଗୃହ ବିଭାଗ ସହ ପରାମର୍ଶ କରି ଜାମିନ ବିହୀନ ୱାରଣ୍ଟ ଭଳି ଶକ୍ତ ଆଇନ୍ ଆଣିଲେ ଗୋ’ଚାଲାଣ କୁ ରୋକାଯାଇ ପାରିବ ବୋଲି ପ୍ରସ୍ତାବ ଦେଇଥିଲେ l ସରକାର ଦେଉଥିବା ବର୍ତ୍ତମାନ ଅନୁଦାନ ପର୍ଯ୍ୟାପ୍ତ ନୁହେଁ ଏବଂ ଗୋ’ଶାଳା ର ବିଜୁଳୀ ପାଣି ଦେୟ କୁ ବ୍ୟବସାୟିକ ଦର ରେ ସରକାର ଅସୁଲ କରୁଥିବାରୁ ଗୋ’ ସେବକ ଏବଂ ଗୋ’ଶାଳ ଚଳେଉ ଥିବା କାର୍ଯ୍ୟକର୍ତ୍ତା ଆସନ୍ତୁଷ୍ଟ ପ୍ରକାଶ କରିବା ସହ ଏହାକୁ ରିହାତି ଦର କିମ୍ବା ଘରୋଇ ଦର ରେ ସରକାରଙ୍କୁ ନେବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ l ଅନେକ ଅଭିଯୋଗ ରଖିଥିଲେ ଯେ ସରକାର ଗୋ’ ଚର ଭୂମିକୁ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ସଂସ୍ଥା ଗୁଡିକୁ ଯୋଗେଇ ଦେଉ ଥିବାରୁ ଆଜି ଗୋରୁ କୂଳ ନିମନ୍ତେ ପର୍ଯ୍ୟାପ୍ତ ଚାରଣ ଭୂମି ନହିଁ ଏଣୁ ଯେଉଁ ସବୁ ସଂସ୍ଥା କଳ କାରଖାନା ଯୋଗୁଁ ଆଜି ଏହି ନିରୀହ ଜୀବର ଜୀବନ ପ୍ରଭାବିତ ହୋଇଛି, ସେଇ ସବୁ ଅନୁଷ୍ଠାନ ତାଂକ କର୍ପୋରେଟ୍ ସୋସିଆଲ ରେସ୍ପିନସିବ୍ଲିସ୍ ଫଣ୍ଡ ରୁ ଏହି ପ୍ରଭାବିତି ଜୀବଙ୍କ ନିମନ୍ତେ ସେଲଟର ହାଉସ ନିର୍ମାଣ କରନ୍ତୁ ଏବଂ ସେହି ଅଂଚଳରେ କାମ କରୁଥିବା ଗୋ’ଶାଳ କୁ ପୋଷ୍ୟ ଋପେ ଗ୍ରହଣ କରନ୍ତୁ l ବର୍ତ୍ତମାନ ସରକାରୀ ଡାଟା ଅନୁଯାଇ ଅଣାଅଶି ରେଜେଷ୍ଟ୍ରିଭୁକ୍ତ ଗୋ’ ଶାଳ ଏବଂ ସରକାରଙ୍କ ଦ୍ୱାରା ପରିଚାଳିତ ଗୋଟିଏ ଗୋ’ଶାଳ ଥିବା ବିଭାଗୀୟ ତଥ୍ୟରୁ ଆଲୋଚନାଚକ୍ରରେ ପ୍ରକାଶ ପାଇଥିଲା l ଏବଂ ସରକାର ପୂର୍ବରୁ ଏହି ଗୋ’ସୁରକ୍ଷା ଓ ରାସ୍ତା ଉପରେ ଜୀବନ ବିତେଉ ଥିବା ପଶୁସମ୍ପଦ ଉପରେ ରାଜ୍ୟ ବଜେଟ୍ ରେ ପାଞ୍ଚ କୋଟି ଅନୁଦାନ ରଖିଥିବା ବେଳେ ଏହି ବର୍ଷ ସେଇ ଅନୁଦାନ କୁ ରାଜ୍ୟ ସରକାର ଦଶ କୋଟିକୁ ବୃଦ୍ଧି କରି ନିଜର ସମ୍ବେଦନ ପ୍ରକାଶ କରିଥିବା ମନ୍ତ୍ରୀ ମୋହଦୟ ପ୍ରକାଶ କରିଥିଲେ l ବର୍ତ୍ତମାନ ମଧ୍ୟ ରାଜ୍ୟରେ ଯେତିକି ଗୋ’ଶାଳ ଅଛି ତାହା ପର୍ଯ୍ୟାପ୍ତ ନୁହେଁ ଏବଂ ରାଜ୍ୟ ସରକାର ଏହି ପ୍ରକ୍ରିୟା କୁ ଆହୁରି ଜନାଭିମୁଖୀ କରିବାକୁ ଚାହୁଁଥିବା ମନ୍ତ୍ରୀ ମହୋଦୟ ପ୍ରକାଶ କରିବା ସହ ଏହାକୁ ଗୁରତ୍ୱ ଦେଇ ଏ ବାବଦ ରେ ଏକ ପବ୍ଲିକ ପୋର୍ଟାଲ କରି ଜନସାଧାରଣଙ୍କୁ ଯୋଡିବା କୁ ସରକାର ପ୍ରୟାସ କରୁଥିବା ସୂଚେଇ ଥିଲେ l ଏବଂ ବିଭିନ୍ନ ସଂଗଠନ ଏବଂ ଜନସାଧାରଣ ଏହି ରାସ୍ତା ଉପରେ ଜୀବନ ବିତେଉ ଥିବା ପଶୁକୂଳ ପ୍ରତି କେମିତି ସମ୍ବେଦନଶୀଳ ହେବା ସହିତ ନିଜ ମତାମତ ସରକାରଙ୍କ ସହ ସିଧା ସଳଖ ପୋର୍ଟାଲ ଦ୍ୱାରା ଯୋଗାଯୋଗ କରି ରକ୍ଷାକରିବେ ଏହି ଆଲୋଚନା ଚକ୍ର ରେ ସ୍ଥାନ ପାଇଥିଲା l

Related posts

ମାନବିକ ବସ୍ତି ଉଚ୍ଛେଦକୁ ଶୀଘ୍ର ବନ୍ଦ କରିବାକୁ ବିଜେପିର ଦାଵି

masiha

ଧନଞ୍ଜୟ ମହାନ୍ତିଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି

ମେଗାଲିଫ୍ଟରୁ ଜଳସେଚନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort