ନୂଆପଡ଼ା -: ଅନନ୍ୟ ଅନୁଭବ ଓ ଅନୁଭୂତିର ଅନ୍ୟ ନାମ ହେଉଛି ସାହିତ୍ୟ । ତେଣୁ ସାହିତ୍ୟ ଓ ଜୀବନ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସ୍ଥାନୀୟ ଖଡ଼ିଆଳ ମିଶନ ସ୍ଥିତ ମହାତ୍ମାଗାନ୍ଧୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ସଭାଗୃହରେ ସୌରି ସାହିତ୍ୟ ସଂସ୍କୃତି ଚ୍ଯାରିଟେବୁଲ ଟ୍ରଷ୍ଟର ଦ୍ୱିତୀୟ ସାମ୍ବତ୍ସରିକ ସମାରୋହ , ପୁସ୍ତକ ଲୋକାର୍ପଣ ଓ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ଡକ୍ଟର ସୁଶାନ୍ତ କୁମାର ବିଶି ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ , ସମ୍ମାନିତ ଅତିଥି ଭାବରେ ପଲ୍ଲୀ ପ୍ରଗତି ମହାବିଦ୍ୟାଳୟର ଅଧ୍ଯକ୍ଷ ରୁଦ୍ର ମାଧବ ବାରିକ ଓ ପୁସ୍ତକ ସମୀକ୍ଷକ ଭାବରେ ବିଶିଷ୍ଟ ଭାଷାବିତ୍ ଅଧ୍ଯାପକ ପରମେଶ୍ବର ମୁଣ୍ଡ ଯୋଗ ଦେଇଥିଲେ। ଏହି ଅବସରରେ କବି ଶିରୀ ଶଙ୍କର ବାରିକଙ୍କ କବିତା ପୁସ୍ତକ ନୀଳନିଶାନ୍ତ କୁ ଅତିଥିମାନେ ଲୋକାର୍ପଣ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ସଙ୍ଗୀତକାର ସତ୍ଯଦେବ ବନ୍ଦିଛୋର, କଣ୍ଠଶିଳ୍ପୀ ରାସବିହାରୀ ଘିଭେଲା ,ଜ୍ଯୋତିକା ବିଶି,ସମୀର ରଞ୍ଜନ ରାଉତ ଓ ବ୍ରହ୍ମାନନ୍ଦ ବନଛୋର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଦିବଂଗତ ଉପଦେଷ୍ଟା ଦେବବ୍ରତ ବିଶି, ସଦସ୍ୟ ଆର୍ଯ୍ୟମାନ ବାରିକ, କବି ନଟରାଜ ମହାପାତ୍ର,କବି ଇରଫାନ ମହମ୍ମଦ, ଶିକ୍ଷାବିତ୍ ଭଗବାନ ପଣ୍ଡାଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେହିପରି ଦ୍ୱିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ଉପ ସଭାପତି ନନ୍ଦ କିଶୋର ପ୍ରଧାନୀ ଅଧ୍ଯକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ଯା ଡକ୍ଟର ସୁରେଶ୍ୱରୀ ବାଘ ଯୋଗ ଦେଇଥିଲେ । କବି ଶିବ ପ୍ରସାଦ ସା ଓ ବେତାର ଶିଳ୍ପୀ ଦୀପ୍ତି ମୁଣ୍ଡ କବିତା ସଂଯୋଜନା କରିଥିଲେ। ଅଧ୍ଯାପିକା ପ୍ରିୟଙ୍କା ପ୍ରିୟଦର୍ଶୀନୀ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନରେ ସଦସ୍ୟ ଉପେନ୍ଦ୍ରକୁମାର ପାଣିଗ୍ରାହୀ ଓ ଦ୍ୱିତୀୟ ଅଧିବେଶନରେ କୈଳାସ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଚେୟାରମ୍ୟାନ ନବୀନ କୁମାର ସୁନା, ରୁବି ପ୍ରଧାନ, ପ୍ରାଧ୍ୟାପକ ସାମୁଏଲ ଦାନୀ,ଚତୁର୍ଭୁଜ ସିଂହ ଦେଓ,ଆଶୁତୋଷ ବାରିକ, ପ୍ରିୟମ୍ବଦା ବାରିକ, କ୍ଷୀରାବ୍ଧିନୀ ବାରିକ , ନିକିତା ମହାଉତୀତଥା ମହାବିଦ୍ୟାଳୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ସାହିତ୍ଯିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post