ରାଉରକେଲା/ ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ, ରାଉରକେଲା ର ଚତୁର୍ଥ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ଛେଣ୍ଡ ସ୍ଥିତ ଧାମରା ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି। ସାମୁଖ୍ୟ ର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦିକା ରଶ୍ମି ବାଳା ରାଉତରାୟ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡଃ ଦେବେନ୍ଦ୍ର ନାଥ ବେହେରା ମୁଖ୍ୟଅତିଥି, ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ସମ୍ମାନିତ ଅତିଥି, ପ୍ରଫେସର ଧନେଶ୍ବର ସାହୁ ମୁଖ୍ୟବକ୍ତା ଓ ଡଃ ଗୌରହରି ପ୍ରଧାନ ସମ୍ମାନିତ ବକ୍ତା ଓ ଉପଦେଷ୍ଟା ଇଂ ଅଭୟ କୁମାର ଦାସ ଅନ୍ୟତମ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମଙ୍ଗୁଳି ବିଶ୍ବାଳ ଙ୍କ ସମର୍ପିତ ତଥା ଅନୁଷ୍ଠାନର ମୁଖପତ୍ର ” ନାଗରା”କୁ ଉନ୍ମୋଚନ କରିଥିଲେ। ସମ୍ମାନିତ ବକ୍ତା ଡଃ ପ୍ରଧାନ ମଙ୍ଗୁଳି ଚରଣ ବିଶ୍ବାଳ ଙ୍କ ସାରସ୍ବତ ସାଧନା ଓ ତାଙ୍କ ରଚିତ ” ଭୁଖା” ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଡଃ ବେହେରା ଆଲୋଚ୍ୟ ବିଷୟ ” ଯୁଦ୍ଧ, ପୃଥିବୀ ଓ ସାହିତ୍ୟ ” ସଂପର୍କରେ ଆଲୋଚନା କରି କହିଲେ ଯେ ସାହିତ୍ୟର ସୃଷ୍ଟି କାରୁଣ୍ୟ ଓ ଦୁଃଖ ରୁ। ସଂପ୍ରତି ସାହିତ୍ୟ ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଥିବା ବେଳେ ମଣିଷ ନିଜର ସ୍ବାର୍ଥ ପାଇଁ ଯୁଦ୍ଧ କରୁଛି। ମୁଖ୍ୟବକ୍ତା ଶ୍ରୀ ସାହୁ ଆଲୋଚ୍ୟ ବିଷୟରେ ମତରଖି କହିଲେ ଯେ ସଂସ୍କୃତି ର ଉନ୍ନତିରେ ମଣିଷ ଚିନ୍ତନର କ୍ରମବିକାଶ ଘଟିଛି। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ମଣିଷ କିପରି ସେଥିରୁ ମୁକୁଳିବ ସେ ଚିନ୍ତା କରିବା ବଦଳରେ ବହୁ କ୍ଷେତ୍ରରେ ନିଜେ ନିଜର ସମସ୍ୟା ସୃଷ୍ଟି କରୁଛି। ଜ୍ଞାନର ବିକାଶ ହୋଇଛି ମାତ୍ର ମାନବିକତାର ଅବକ୍ଷୟ ଘଟିଛି। କାରଣ ଯୁଦ୍ଧ ହେଉଛି ମାନବିକତା ର ବିରୋଧୀ। ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ କହିଲେ ଯେ ସମ୍ବେଦନଶୀଳ ଯେଉଁ ନକରାତ୍ମକ ସୃଷ୍ଟି କଲା ପରେ ଅହଂକାର ଓ ଅହଂକାର ରୁ ଯୁଦ୍ଧ ସୃଷ୍ଟି ହେଲା। ଉପଦେଷ୍ଟା ଶ୍ରୀ ଦାସ ସଂପ୍ରତି ଯୁଦ୍ଧ ପରିପ୍ରେକ୍ଷୀରେ ସାହିତ୍ୟ ଓ ସାହିତ୍ୟିକଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ସଭାପତି ଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ବ ମହିଳା ଦିବସ ଉପଲକ୍ଷେ ସାହିତ୍ୟ ପାଇଁ ଅଳକା ଚାନ୍ଦ, ଶିକ୍ଷା ପାଇଁ ଡଃ ହୀରନ ଲୁଗୁନ,ସଂଗୀତ ପାଇଁ ଆଶାଲତା ଷଡଙ୍ଗୀ, କ୍ରୀଡା ପାଇଁ ସ୍ବାତୀ କୀର୍ତ୍ତନିଆ ଓ ଅନ୍ୟାନ୍ୟ କ୍ଷେତ୍ରରେ ସର୍ବଶ୍ରୀ ଡଃ ଗିରିଜା ଶଙ୍କର ଶର୍ମା, ଶିବପ୍ରିୟା ମିଶ୍ର, ସ୍ବର୍ଣ୍ଣମୟୀ ପୁରୋହିତ, ରାଜୀବ ପାଣି, ଶୁଭାଶିଷ ପାଢୀ, ଡଃ ସୁପ୍ରିୟା ପାଲ,ଦେବାଶିଷ ଚକ୍ରବର୍ତ୍ତୀ,ଅଞ୍ଜଳିପ୍ରଭା ପଟ୍ଟନାୟକ, ଦେବେନ୍ଦ୍ର ଚୌଧୁରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜ୍ୟୋସ୍ନା କୁମାରୀ ନାଏକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଚିତ୍ତରଂଜନ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ରେ ମଞ୍ଜୁଳା ରଥଙ୍କ ସଭାପତିତ୍ବ ରେ ଜ୍ୟୋସ୍ନା କୁମାରୀ ନାଏକ, ସୁଶାନ୍ତ କୁମାର ନାୟକ, କନକଲତା ମିଶ୍ର, ରଶ୍ମି ସାହୁ, ରଶ୍ମିବାଳା ରାଉତରାୟ, ସ୍ମିତା ମିଶ୍ର ଙ୍କ ସଂଯୋଜନାରେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ପ୍ରଫୁଲ୍ଲ ସାମଲ, କିଶୋରୀ ମୋହନ କର, ସ୍ନେହଲତା ପଟ୍ଟନାୟକ, ବିଜୟିନୀ ଜେନା, ବବିତା ମହାଳିକ, ସୁପ୍ତି କର, ରୀତାରାଣୀ ମହାପାତ୍ର, ମିତା ପ୍ରଧାନ, ଡଃ ସୁଚିତ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲାବେଳେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।
next post