ସିଆରପିଏଫ୍ କ୍ୟାମ୍ପରେ ଅଘଟଣ: ନିଜ ରିଭଲଭରରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ସବଇନସ୍ପେକ୍ଟର
ନୂଆପଡ଼ା,ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ଖଡୁପାଣି ସିଆରପିଏଫ୍ କ୍ୟାମ୍ପରେ ଘଟିଛି ଅଘଟଣ। ନିଜର ରିଭଲଭରରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ସିଆରପିଏଫ୍ -୧୯ ବାଟାଲିୟନର ଏସଆଇ (ସବଇନସ୍ପେକ୍ଟର) ଡି. ଗୁନ୍ନାସେକରନ। ହେଲେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏସଆଇ ଡି. ଗୁନ୍ନାସେକରନଙ୍କ ଘର ତାମିଲନାଡୁ ନିଲୁର ଜିଲ୍ଲା ଗୁଡ଼ି ପଲ୍ଲିରେ ବୋଲି ଜଣାପଡ଼ିଛି।