ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଠାରେ ପ୍ରଥମ ଥର ପାଇଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ଚଳ ଚଞ୍ଚଳ ଧର୍ମଗଡ ସହର

ଧର୍ମଗଡ଼ ଠାରେ ପ୍ରଥମ ଥର ପାଇଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଚଳ ଚଞ୍ଚଳ ଧର୍ମଗଡ ସହର….

ମା’ ଦୁର୍ଗତିନାଶିନୀଙ୍କ ମେଲାଣି ପରେ ମା’ ଧନଦାତ୍ରୀ ଗଜଲକ୍ଷ୍ମୀ ଧରାବତରଣ କରିଛନ୍ତି।

ଧର୍ମଗଡ଼ ଚାରିଛକ ଦୂର୍ଗାପୂଜା ମଣ୍ଡପ ଠାରେ ପ୍ରଥମ ଥର ପାଇଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ଗତ ୨୭ ତାରିଖ ଦିନ ସ୍ଥାନୀୟ ବ୍ଲକ ପଡାସ୍ଥିତ ପୋଖରୀ ରୁ ଏକ ଭବ୍ୟ କଳସ ଯାତ୍ରା ରେ ମା ଙ୍କ ଆରାଧନା ପାଇଁ ଜଳ ଅଣା ଯାଇଥିଲା। ଭକ୍ତ ନିରଞ୍ଜନ ମହାପାତ୍ର ଙ୍କ ଘର ବଗିଚାରୁ ଅଁଳାବରଣ କରାଯାଇ ପୂଜା ମଣ୍ଡପ କୁ ଅଣାଯାଇଥିଲା। ଦୁଇ ଦିନ ଧରି ମଣ୍ଡପରେ ମା ଙ୍କ ପୂଜନୋତ୍ସବ ହେବା ସହ ୩୧ ତାରିଖ ଦିନ ପୂର୍ଣ୍ଣାହୁତି ସହ ବିସର୍ଜନ କରାଯିବ ବୋଲି ଗଜ ଲକ୍ଷ୍ମୀ ପୂଜାକମିଟି ର ସଦସ୍ୟ ରାମ ଦାସ ମେହେର ପ୍ରକାଶ କରିଛନ୍ତି। ଭକ୍ତ ସୁଧୀର ରଞ୍ଜନ ପଟ୍ଟଯୋଷୀ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପଟ୍ଟଯୋଷୀ କର୍ତ୍ତା ଭାବେ ଦାୟୀତ୍ବ ନେଇଥିବା ବେଳେ ଚାରି ଛକ ଦୁର୍ଗା ପୂଜା କମିଟି ତଥା ବଦାନ୍ୟ ଭକ୍ତଙ୍କ ସହଯୋଗରେ ସହରରେ ପ୍ରଥମ ଥର ପାଇଁ ଗଜଲକ୍ଷ୍ମୀ ପୂଜା ହେଉଥିବାରୁ ମା ଙ୍କ ଦର୍ଶନ ପାଇଁ ଅଞ୍ଚଳରେ ଉତ୍ସାହ ପରିଲକ୍ଷିତ ହୋଇଛି। 

ଏହି ତିନି ଦିନ ଧରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। 

ମା’ ଦୁର୍ଗତିନାଶିନୀଙ୍କ ମେଲାଣି ପରେ ମା’ ଧନଦାତ୍ରୀ ଗଜଲକ୍ଷ୍ମୀ ଧରାବତରଣ କରିଛନ୍ତି । ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ଭଣ୍ଡାର ନେଇ ଆଜି ବିରାଜିଛନ୍ତି ମା’ ଗଜଲକ୍ଷ୍ମୀ । ଲକ୍ଷ୍ମୀପୂରାଣରେ ବର୍ଣ୍ଣିତ ରହିଛି ସତ୍ୟଯୁଗରେ ଦେବତା ଓ ଦାନବମାନେ ସମୁଦ୍ର ମନ୍ଥନ କରୁଥିବା ବେଳେ ଆଦ୍ୟାଶକ୍ତି ଜଗତଜନନୀ ଲକ୍ଷ୍ମୀ ଆର୍ବିର୍ଭୁତା ହୋଇଥିଲେ।

ଗଜଲକ୍ଷ୍ମୀ ହେଉଛନ୍ତି ଜଳାଧିପତି ବରୁଣଙ୍କ କନ୍ୟା।ଲକ୍ଷ୍ମୀଙ୍କ ଆବିର୍ଭାଭାବ ହେତୁ ତାଙ୍କର ଅନ୍ୟନାମ କୁମାର ଲକ୍ଷ୍ମୀ। ଭଗବାନ ବିଷ୍ଣୁଙ୍କର ପାଣିଗ୍ରହଣ ପରେ ମହାଲକ୍ଷ୍ମୀ ତ୍ରୀପୁରରେ ବିଜିତା ହେଲେ। ମାଆଙ୍କ ଉଭୟ ପାର୍ଶ୍ୱରେ ୨ଟି ଗଜହସ୍ତି ଜଳାଭିଷେକ ମୁଦ୍ରାରେ ଦଣ୍ଡାୟମାନ ରହିଥିବାରୁ ମାଆଙ୍କୁ ଗଜଲକ୍ଷ୍ମୀଭାବେ ଆରାଧନା କରାଯାଏ । ଶତଦଳ ପ୍ରସ୍ଫୁଟିତ ପଦ୍ମ ଉପରେ ଅଭୟ ବରଦା ମୁଦ୍ରାରେ ଶୋଭାଭିତା ମାଆ ଗଜଲକ୍ଷ୍ମୀ । କେବଳ ହିନ୍ଦୁ ଧର୍ମ ନୁହେଁ ବୌଦ୍ଧ ଧର୍ମରେ ମଧ୍ୟ ଗଜଲକ୍ଷ୍ମୀଙ୍କୁ ଉପାସନା ପ୍ରଚଳିତ ରହିଛି । ଏହି ଦିନ କୁମାରୀମାନେ ଭଲ ବର ପାଇବାକୁ କୁମାର କାର୍ତ୍ତିକଙ୍କୁ ପୂଜା କରିଥାନ୍ତି । ତେଣୁ ଏହାର ଅନ୍ୟନାମ ହେଉଛି କୁମାର ପୂର୍ଣ୍ଣିମା।

ତେବେ ଧନଦାତ୍ରୀ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଧର୍ମଗଡ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଜ୍ଯ ସରକାରଙ୍କ ଅର୍ଥ ବିଭାଗ ନିର୍ଦ୍ଦେଶରେ ଭବାନୀପାଟଣା ବ୍ଳକ ସଭା ଗୃହରେ ଏକ ସଚେତନ କାର୍ଯ୍ଯକ୍ରମ

ଆମ ଗୁହାରୀ ସରକାର ଶୁଣିଲେ ନାହିଁ ବୋଲି ତିଆରି କଲୁ ଅସ୍ଥାୟୀ କାଠ ପୋଲ

Sunil Chandra Nayak

ରମେଶ ବେହେରା ହେଲେ ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort