ହାରଭେଷ୍ଟ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଅନୁଷ୍ଠିତ
ଡାବୁଗାଁ, ୧୩/୧୨ (ମ.ନି.ସ.) – ଓଡିଶା ମିଲେଟ ମିଶନ ତରଫରୁ ଡେମୋ କ୍ରାଟିକ ଆକ୍ସନ ଦ୍ଵାରା ଡାବୁଗାଁ ବ୍ଲକ ବଡଓଲମା ପଞ୍ଚାୟତ ରେ ହାରଭେଷ୍ଟ ଫେଷ୍ଟିଭାଲ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଶରତ ମାଝୀ , ଜିଲା ମୁଖ୍ୟ କୃଷି ଅଧିକାରୀ ଜି. ଭେଙ୍କେଟ ରେଡ୍ଡୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ବ୍ଲକ ଅଧକ୍ଷା ବୀଣା ମାଝୀ , ଓଡିଶା ମିଲେଟ ମିଶନ ଡିପିସି ମୃତୁଞ୍ଜୟ କନ୍ଧପାନ, ବ୍ଲକ ସଂଯୋଜକ ନବୀନ ମହୁରୀଆ, ଅତିରିକ୍ତ ବ୍ଲବ ସଂଯୋଜକ ସୁସ୍ମିତା ବଳବନ୍ତ ରାୟ , ଡେମୋକ୍ରାଟୀକ ଆକ୍ସନ ସଂସ୍ଥା ର ମୁଖ୍ୟ ସୁଶାନ୍ତ ଗରଡା , ପ୍ରୋଗ୍ରାମେ ମ୍ୟାନେଜେର ବିଶ୍ୱାସ ରଞ୍ଜନ ନାଗ , ସୋରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର, ଅଙ୍ଗନୱାଡି କର୍ମୀ, ଆଶା, ଏମ୍. ବି. କେ, ୧୨ଟି ସ୍ଵୟଂ ସହାୟକ ଦଳ ର ସଭ୍ୟା ବୃନ୍ଦ ଯୋଗ ଦେଇଥିଲେ l ପ୍ରଥମରେ କ୍ଷେତ୍ର ପରିଦର୍ଶନ କରି ମାଣ୍ଡିଆ ଚାଷର ଆକଳନ କରାଗଲା ଏବଂ ଡାବୁଗାଁ ଅଞ୍ଚଳ ର ମାଣ୍ଡିଆ ଚାଷୀ ଉପସ୍ଥିତ ଥିଲେ l କ୍ଷୁଦ୍ର ଶସ୍ୟର ଆବଶ୍ୟକତା ବ୍ୟବହାରିତା ପୋଷକ ତତ୍ଵ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା l ବର୍ତ୍ତମାନ ର ପରିବର୍ତ୍ତନଶିଳ ପାଣିପାଗ କୁ ଦୃଷ୍ଟିରେ ରଖି କ୍ଷୁଦ୍ରଶସ୍ୟ ଚାଷ ଅତ୍ୟନ୍ତ ଆବଶ୍ୟକ, ଉପସ୍ଥିତ ସମସ୍ତ ପ୍ରତି ଭାଗୀଙ୍କୁ ଦୈନନ୍ଦିନ ଭୋଜନ ରେ କ୍ଷୁଦ୍ର ଶସ୍ୟ କୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ l ଏହା ଦ୍ଵାରା ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧଙ୍କର ଆବଶ୍ୟକ ପୋଷକ ତତ୍ତ୍ଵ ମିଳି ପାରିବ ଏବଂ ଚାଷୀଙ୍କୁ ଉପଯୁକ୍ତ ଦର ମିଳି ପାରିବ l ଏହା ସହିତ ଉପସ୍ଥିତ ଅତିଥି ମାଣ୍ଡିଆ ର ଉପକାରିତା ଉପରେ ସଂକ୍ଷିପ୍ତ ଭାବରେ କହିଥିଲେ l ସଫଳ ୧୦ ଜଣ ମାଣ୍ଡିଆ ଚାଷୀଙ୍କୁ ମାନପତ୍ର ସହ ସମ୍ମାନୀତ କରାଗଲା ପରେ ସମସ୍ତେ ଅତି ଆନନ୍ଦ ସହିତ ଏହି ମାଣ୍ଡିଆ ପର୍ବ ହାରଭେଷ୍ଟ ଫେଷ୍ଟିଭାଲ କାର୍ଯକ୍ରମ କୁ ସମାପ୍ତ କରିଥିଲେ l