ଚିଲିଗୁଡା – ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁ ଥ ଅର୍ଗନାଇଜେସନ, ଲଙ୍କେଶ୍ୱରୀ ପ୍ରଡୁସର ଗ୍ରୁପ ,ଜି ପି ଏ ଲ ଏଫ ହାବସ ପୁର ,ଜିଲ୍ଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି ଓ ଦକ୍ଷିଣ ବନ ଖଣ୍ଡ କଳାହାଣ୍ଡି ର ମିଳିତ ଆନୁକୂଲ୍ୟରେ ଉପ ବଜାର ପ୍ରାଙ୍ଗଣ ହାବସ ପୁର ଠାରେ ସାମାଜିକ ସମର ସତା ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।କାର୍ଯ୍ୟକ୍ରମ ଅବସରରେ ଜି ପି ଏ ଲ ଏ ଫ ସଭାନେତ୍ରୀ ଭୂମିସୁତା ମହାନ୍ତି ଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ବିକାଶ ରଞ୍ଜନ ପଣ୍ଡା ହାବସ ପୁର ସରପଞ୍ଚ ଯୋଗ ଦାନ କରି ସମାଜ ଗଠନରେ ଡ଼,ବାବା ସାହେବ ଆମ୍ବେଦକର ଓ ଗାନ୍ଧିଜୀଙ୍କ ଅବଦାନ ଅବିସ୍ମରଣୀୟ ବୋଲି ବର୍ଣ୍ଣନା କରିଥିଲେ ।ଏଥିରେ ସମନ୍ୱିତ ଅତିଥିଭାବେ ସାଧନା କର୍ମୀ ଭାବେ ପ୍ରଶାନ୍ତ କୁମାର ମିଶ୍ର ,ଡି ପି ଏ ମ ,ଓ ଏ ଲ ଏ ମ କଳାହାଣ୍ଡି ଦୀପକ କୁମାର ଅଗ୍ରୱାଲ ,ଆସିଷ୍ଟାଣ୍ଡ ମ୍ୟାନେଜର ଜିଲା କଳାହାଣ୍ଡି ,ମୁରାରୀ ପ୍ରସାଦ ପଣ୍ଡା ବନାଞ୍ଚଳ ଅଧିକାରୀ ବନ ଖଣ୍ଡ ଜୁନାଗଡ଼ ପ୍ରମୁଖ ଯୋଗଦାନ କରି ଏ ମ ଏ ସ ଏ ମ ଇ ,ମିଶନ ଶକ୍ତି ,ଓଡିଶା ଜୀବିକା ମିଶନ ,ବୃକ୍ଷ ରୋପଣ ଓ ଜଙ୍ଗଲ ସରକ୍ଷଣ ସମନ୍ଦିୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କରେ ସମବେତ ସମାବେଶକୁ ସଚେତନ କରାଇଥିଲେ ।ଏଥିରେେ ସମ୍ମାନିତ ଅତିଥି ଭାବେ ଶୋଭାଗ୍ୟ ବେହେରା ,ଦେବୀସ୍ମିତା ସାହୁ ,ଚିନ୍ମୟ ଭୋଇ ,ଜିଲ୍ଲା ପରିଷଦ ସଭ୍ୟ। ଶାମୁକା ରାଣୀ କୁମାର ,ତ୍ରିନାଥ କୁମାର ,ସବିତା କୈବର୍ତ୍ତ ,ରିଙ୍କି ବାରିକ ,ସୁପ୍ରିୟ ମ।ହାର ,ଜୟନ୍ତୀ କୁମାର ପ୍ରମୁଖ ଯୋଗଦ।ନ କରି ପ୍ରଡୁସର ଗ୍ରୁପ ଓ ଜି ପି ଏ ଲ ଏ ଫ ମାଧ୍ୟମରେ ମହିଳା ମାନେ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ ।ଜିଲା ସଂଯୋଜକ ବସନ୍ତ କୁମାର ନ।ଏକ ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ସଂଯୋଜନା କରି ଭାରତ ରତ୍ନ ଡ଼, ବାବା ସାହେବ ଆମ୍ବେଦକର ଙ୍କ ୧୩୧ ତମ ଜୟନ୍ତୀ ୧୪ ଦିନ ବ୍ୟାପି ସମାଜରେ ଶାନ୍ତି ,ପ୍ରଗତି ,ସମୃଦ୍ଧି ଓ ଭାତୃତ୍ବର ବିଚାର ଜନସଧାରଙ୍କ ଠାରେ ପହଞ୍ଚାଇବାର ପ୍ରୟାସ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ ।ଚନ୍ଦ୍ରଭାନୁ କୈବର୍ତ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରିୟ ରଞ୍ଜନ ମୁଣ୍ଡ ,ତ୍ରିନାଥ ଚୌଧୁରୀ ,ସଞ୍ଜୟ କୁମାର ସୁନାନୀ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ସମୀର ନାଗ ସକ୍ରିୟ ଭାବେ ଯୋଗଦାନ କରି ଦେଶ ତଥା ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ହାବସପୁର ଗ୍ରାମ ପଂଚାୟତର ୨୦୦ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ। ମାନେ ଯୋଗଦ।ନ କରିଥିଲେ ।ଏଥିରେ ନବ ନିର୍ବାଚିତ ସରପଞ୍ଚ ଓ ଜିଲା ପରିଷଦ ସଭ୍ୟ।ଙ୍କୁ ଅନୁଷ୍ଠାନ ତରଫରୁ ଉପଢୋକନ ଦେଇ ସମ୍ମାନିତ କରାଯାଇ ଥିଲା ।ଶେଷରେ ଅନିତା କୈବର୍ତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା
previous post