୨୦୨୪ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ହେଲେ କମୁଲୁ ଭଳି ବ୍ୟକ୍ତି ଆଜିବି ଚାଳ ଘରେ !
ତେନ୍ତୁଳିଖୁଣ୍ଟି ୨୭/୧୨/୨୩-ତେନ୍ତୁଳିଖୁଣ୍ଟି ବ୍ଳକର ଦିଗି ପଞ୍ଚାୟତ ର ସଲପା ଗ୍ରାମର କମଲୁ ଗାଦବା (୬୫)ସ୍ତ୍ରୀ ତୁଳସା ଗାଦବା (୬୩) ଗୋଟିଏ ଭଙ୍ଗା ମାଟି କୁଡ଼ିଆ ରେ ରହିଛନ୍ତି।ତାଙ୍କର ଦୁଇ ପୁଅ ଜଣେ ପୁଅ ମାନସିକ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଆଉ ଗୋଟିଏ ପୁଅ ନନ୍ଦ ଗାଦବା ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଛି।କେବଳ 10 କେଜି ଚାଉଳ, ସହ କମଲୁ କୁ 500 ଟଙ୍କା ପେନସନ ମିଳୁଛି।ଜମି ବାଡି କିଛି ନାହିଁ ପର ଘରେ କାମ କଲେ କଷ୍ଟେ ମଷ୍ଟେ ଚଳୁଛୁ ବୋଲି କହିଛନ୍ତି।ବୃଦ୍ଧା ଅବସ୍ଥାରେ ହେତୁ କାମ କରିବା କୁ ମଧ୍ୟ ଶକ୍ତି ପାଇ ପାରୁ ନ ଥିବା କହିଛନ୍ତି କମଲୁ କହିଛନ୍ତି । ଆମ ଗ୍ରାମରେ ଗାଡ଼ି ମଟର ,କୋଠା ଘର ଥିବା ଲୋକ କୁ ହିଁ ସରକାର ଘର ଯୋଗେଇ ଦେଇଛନ୍ତି ମାତ୍ର ମୋ ବେଳକୁ କାହାର ଦୃଷ୍ଟି ନାହିଁ ବୋଲି କ୍ଷୋଭ ସହ କହିବା ବେଳେ ଆଖି ଛଳ ଛଳ କରି କହିଛନ୍ତି।ପଞ୍ଚାୟତ ରେ ଯେତେ ମିଟିଂ ହେଉଥିଲା ସବୁବେଳେ ଘର ପାଇଁ ସରପଂଚ ମେମ୍ବର କହିଛି ଲେଖି ଦେଉଛୁ ବୋଲି ହିଁ ଉତ୍ତର ମିଳିଥିଲା ମୁ ମରିବାର ବୟସ ହେଲାଣି ମତେ ଘର ମିଳିବ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସମସ୍ତଙ୍କୁ ପକ୍କା ଘର ଦେବା ପ୍ରତିଶୃତି ରେ କମଲୁ ର ଯୋଗ୍ୟତା ନାହିଁ ।