୧୯୯୦ ମସିହା ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ
ଡାବୁଗାଁ, ୨୭/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୯୦ ମସିହାର ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରୀ ଛାତ୍ର ଙ୍କ ବନ୍ଧୁ ମିଳନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପୂର୍ବତନ କ୍ରିଡା ଶିକ୍ଷକ ବିନୋଦ ବିହାରୀ ବିଶ୍ଵାଳଙ୍କ ବିୟୋଗରେ ୨ ମିନିଟ ନୀରବ ପାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା | ପରେ ଯୋଗ ଦେଇଥିବା ପୁରାତନ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ବିଭିନ୍ନ କ୍ରିଡା ପ୍ରତିଯୋଗୀତା ସହ ଛୋଟ ଛୋଟ ପିଲା ଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି ଓ ଶିକ୍ଷକ ଅଜୟ ବଲ୍ଲଭ ପଣ୍ଡା ଙ୍କୁ ସମ୍ମାନୀତ କରଯାଇଥିଲା | ଏଥିରେ ୬୫ ଜଣ ପୁରାତନ ଛାତ୍ରୀ ଛାତ୍ର ନିଜ ନିଜ ପରିବାର ସହ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ଶତପଥି, ଭଗବାନ ପାତ୍ର, ସନ୍ଦିପ ଜେନା, ବାପି ପଟ୍ଟନାୟକ, ସୁଧୀର ପଟ୍ଟନାୟକ, ରାଜେସ ଅଗ୍ରୱାଲ, ବାବୁଲି ରାଓ, ପି. ଶୁବୁଦ୍ଧି ରାଓ, ଦିବାକର ବାରିକ ପ୍ରମୁଖ ପରିଚାଳନା କରିଥିଲେ |